ଭାରତ ପରେ ଆଫଗାନ୍‌ର ୱାଟର୍‌ ଷ୍ଟ୍ରାଇକ୍‌,  କୁନାର ନଦୀରେ ବନ୍ଧ ନିର୍ମାଣ ପାଇଁ ତାଲିବାନ ସର୍ବୋଚ୍ଚ ନେତାଙ୍କ ନିର୍ଦ୍ଦେଶ

Advertisment

କହିଲେ, ଅଟକାଅ ପାଣି, ଇସଲାମାବାଦକୁ ଶିଖାଅ ବୁଦ୍ଧି । ଟଙ୍କା ଦେଲେ କ୍ରିକେଟର ରସିଦ୍ ଖାନ୍ ।

କହିଲେ, ଅଟକାଅ ପାଣି, ଇସଲାମାବାଦକୁ ଶିଖାଅ ବୁଦ୍ଧି । ଟଙ୍କା ଦେଲେ କ୍ରିକେଟର ରସିଦ୍ ଖାନ୍ ।

Pakistan Afghanistan

Pakistan Afghanistan Photograph: (KanakNews)

କନକ ବ୍ୟୁରୋ:   ଭାରତ ପରେ, ଆଫଗାନିସ୍ତାନ ଏବେ ପାକିସ୍ତାନକୁ ପାଣି ପାଇଁ କନ୍ଦାଇବ। ଆଫଗାନ ସୂଚନା ମନ୍ତ୍ରଣାଳୟର ଏକ୍ସରେ ପୋଷ୍ଟ କରି କହିଛି ,ପାକିସ୍ତାନକୁ ପ୍ରବାହିତ ପାଣିକୁ ରୋକିବା ପାଇଁ ଡ୍ୟାମ୍‌ ନିର୍ମାଣ କରାଯିବ । ସୂଚନା ମନ୍ତ୍ରଣାଳୟ କହିଛି, ତାଲିବାନ ସର୍ବୋଚ୍ଚ ନେତା ମୱଲାୱି ହିବାତୁଲ୍ଲା ଆଖୁନ୍ଦଜାଦା କୁନାର ନଦୀରେ ଯଥାଶୀଘ୍ର ଏକ ବନ୍ଧ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ସଂଘର୍ଷ ପରେ ଆଫଗାନିସ୍ତାନ ଏହି ନିଷ୍ପତ୍ତି ନେଇଛି । ୪୮୦ କିଲୋମିଟର ଲମ୍ବା କୁନାର ନଦୀ ଆଫଗାନିସ୍ତାନରେ ଉତ୍ପନ୍ନ ହୋଇ ଚିତ୍ରାଲ ନଦୀ ଭାବରେ ପାକିସ୍ତାନରେ ପ୍ରବାହିତ ହୁଏ ।

ପାକିସ୍ତାନ ଏହାର ୭୦-୮୦% ଜଳ ପାଇଥାଏ । ଯଦି ଆଫଗାନିସ୍ତାନ କୁନାର ନଦୀ ଉପରେ ବନ୍ଧ ବାନ୍ଧିଦିଏ, ତେବେ ଏହା ପାକିସ୍ତାନକୁ ଗୁରୁତର କ୍ଷତି ପହଞ୍ଚାଇବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିସାରିଲାଣି ଆଫଗାନିସ୍ତାନ । ସୂଚନା ଅନୁସାରେ ଆଫଗାନ୍‌ର ଷ୍ଟାର କ୍ରିକେଟର ରସିଦ ଖାଁ ଡ୍ୟାମ୍‌ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଅଜିଜ୍ ଗ୍ରୁପ୍‌ ୧୦ଲକ୍ଷ ଟଙ୍କା ସରକାରଙ୍କୁ ପ୍ରଦାନ କରିଛି । ପରୋକ୍ଷରେ ଏହା ସୂଚାଉଛି,ଟଙ୍କା ନିଅ ଆଉ ଜଲଦି ବନ୍ଧ କରି ପାଣି ଅଟକାଅ , ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ରସିଦ୍‌  ପାକ୍‌ ଉପରେ ବର୍ଷିଥିଲେ ଏମିତିକି ପିଏସଲରେ ଅଂଶଗ୍ରହଣ କରିବେନି ବୋଲି କହିଛନ୍ତି ।
 

ଏବେ ନଜର ପକାଇବା ,ଆଫଗାନ୍‌ ବନ୍ଧ କଲେ ପାକିସ୍ତାନର କେତେ କ୍ଷତି ସହିବ
ଆଫଗାନ୍‌ର ପାକ୍‌ ଉପରେ ୱାଟର ଷ୍ଟ୍ରାଇକ୍‌    
ଡ୍ୟାମ୍‌ ହେଲେ ଖାଇବର ପଖତୁନଖ୍ୱା ଉପରେ ସିଧାସଳଖ ପ୍ରଭାବ ପକାଇବ
ବାଜୌର ଏବଂ ମହମ୍ମଦପୁର ଅଞ୍ଚଳ ଏହି ନଦୀ ଉପରେ ନିର୍ଭରଶୀଳ
ଜଳସେଚନ ବନ୍ଦ କରିବା ଦ୍ୱାରା ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିବ
ପାକିସ୍ତାନର କୁନାର ନଦୀରେ କାର୍ଯ୍ୟ କରୁଥିବା ୨୦ ରୁ ଅଧିକ ଜଳବିଦ୍ୟୁତ୍‌ ପ୍ରକଳ୍ପ ପ୍ରଭାବିତ
ନଦୀର ପ୍ରବାହରୁ ସିଧାସଳଖ ବିଦ୍ୟୁତ୍‌ ଉତ୍ପାଦନ କରେ ପାକିସ୍ତାନ
ତାଲିବାନ ସରକାରର ଦାବି ପ୍ରକଳ୍ପ ହେଲେ, ୪୫ ମେଗାୱାଟ୍‌ ବିଦ୍ୟୁତ୍ ଉତ୍ପାଦନ 
ପ୍ରାୟ ୧.୫ ଲକ୍ଷ ଏକର ଚାଷ ଜମିକୁ ଜଳସେଚନ ପାଇଁ ପାଣି ଯୋଗାଇବ
ଫାଭିଓ - କୁନାର ନଦୀ ସମ୍ପର୍କରେ ପାକ୍-ଆଫଗାନ ମଧ୍ୟରେ କିଛି ଚୁକ୍ତି ହୋଇ ନାହିଁ। ଭାରତ ରାସ୍ତାରେ ଚାଲିଛି ଆଫଗାନିସ୍ତାନ ଆଉ ଡ୍ୟାମ୍‌ ନିର୍ମାଣ କରି ପାକିସ୍ତାନକୁ ଦେଖାଇଦେବ ଯୁଦ୍ଧ ଖାଲି ବଦ୍ଧୁକ କି ବମ୍‌ରେ ଲଢାଯାଏ ନାହିଁ ବରଂ ବୁଦ୍ଧି ମଧ୍ୟ ଲଢାଯାଏ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe