କନକ ବ୍ୟୁରୋ : ମିଶନ ଶକ୍ତି ପୁନର୍ଗଠନ ନିଷ୍ପତିକୁ ହାଇକୋର୍ଟଙ୍କ ରହିତାଦେଶ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । କହିଲେ, ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ । କିଛି ସମୟ ବିଳମ୍ବରେ ହେଇପାରେ, କିନ୍ତୁ ଗାଁରେ ମହିଳାମାନେ ମନ ବନାଇ ନିଅନ୍ତୁ ଯେ, ସ୍ବୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ ସୁନିଶ୍ଚିତ । ନେତୃତ୍ୱ ପରିବର୍ତ୍ତନ ହେଲେ ମହିଳାଙ୍କ ବିକାଶ ସୁନିଶ୍ଚିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।