କନକ ବ୍ୟୁରୋ: ସଂସଦର ଉଭୟ ଗୃହରେ ୱାକଫ ସଂଶୋଧନ ବିଲ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଇନରେ ପରିଣତ ହେବ । ଏହାପୂର୍ବରୁ ସୁପ୍ରିମକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଲେଣି ବିରୋଧୀ । ଦୀର୍ଘଘଣ୍ଟାର ଚର୍ଚ୍ଚା, ଆଲୋଚନା ଓ ଦୁଇଦିନର ଘମାସାନ ବିତର୍କ ପରେ ଶେଷରେ ସଂସଦର ଉଭୟ ଗୃହରେ ପାରିତ ହୋଇଛି ୱାକଫ ସଂଶୋଧନ ବିଲ । ଯଦିଓ ବିଲକୁ ପାରିତ କରିବାରେ ସଫଳ ହୋଇଛନ୍ତି ସରକାର ତଥାପି ସରୁନି ବିରୋଧୀଙ୍କ ବିରୋଧ । ବିଲ୍କୁ ସମ୍ବିଧାନ ବିରୋଧୀ କହି ସୁପ୍ରିମକୋର୍ଟ ଯିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି । ବିଲ୍ ବିରୋଧରେ କୋର୍ଟରେ ଆବେଦନ ଦାୟର କରିବ କଂଗ୍ରେସ । ଏହା ପୂର୍ବରୁ ସମାନ ଘୋଷଣା କରିସାରିଛନ୍ତି ତାମିଲନାଡୁର ଡିଏମକେ ସରକାର ।
ବିଲ୍କୁ ନେଇ ସରକାର ବିରୋଧୀ ନିଜ ନିଜର ଯୁକ୍ତି ରଖୁଛନ୍ତି । ସରକାରଙ୍କ ଯୁକ୍ତି ହେଉଛି, ମୁସଲିମ୍ ଭାଇ,ଭଉଣୀଙ୍କୁ ହିତରେ ଏହି ବିଲ୍ । ଏହା ଗରିବ ଓ ମହିଳାଙ୍କ ଅଧିକ ସୁରକ୍ଷା ଦେବ । ୱାକଫ୍ ସମ୍ପତ୍ତିରେ ପରିଚାଳନାରେ ସଂସ୍କାର ଆସିବ। ସେପଟେ ବିରୋଧୀଙ୍କ ଯୁକ୍ତି ହେଉଛି, ମୁସଲମାନ୍ଙ୍କ ମଧ୍ୟରେ ଏହା ଭୟ ସୃଷ୍ଟି କରିବ । ସଂଶୋଧିତ ବିଲ୍ ଦ୍ୱାରା ସେମାନେ ମୁଖ୍ୟ ସ୍ରୋତରୁ ଦୂରେଇ ଯିବେ । ଏହା ଏକ ମୁସଲିମ୍ ବିରୋଧୀ ବିଲ୍ ।
ସେପଟେ ୱାକଫ ବିଲକୁ ନେଇ ଜେଡିୟୁ ମଧ୍ୟରେ କଳହ ଦେଖାଯାଇଛି । ସଂଶୋଧନ ବିଧେୟକ ଉପରେ ଆପତ୍ତି ପ୍ରକାଶ କରି ୪ଜଣ ନେତା ଇସ୍ତଫା ଦେବା ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ।ଆଗକୁ ତାଲିକା ବଢ଼ିବା ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/04/04/NYPKZH0RhG9VKqTAjf3b.jpg)