କନକ ବ୍ୟୁରୋ : ବାତ୍ୟା ପାଇଁ ଚଢ଼ା ଦରରେ ଛତ୍ରବଜାରରେ ଆଳୁ ପିଆଜ ବିକ୍ରି କରାଯାଉଥିଲା । ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭିତ ଥିବାବେଳେ ଏପଟେ ଉପରେ ପଡିଛି ମହଙ୍ଗା ମାଡ଼ । ଏଥିସହ କଳାବଜାରି ନକରିବାକୁ ବ୍ୟବସାୟୀଙ୍କୁ ଚେତାବନୀ ଦେବାପରେ ମଧ୍ୟ ଛତ୍ରବଜାରରେ ଆଳୁ ପିଆଜ ଚଢା ଦରରେ ବିକ୍ରି କରାଯାଉଥିଲା । ଏନେଇ ଖବର ପାଇବା ପରେ ସିଏମସି ଯୋଗାଣ ବିଭାଗ ଦ୍ବାରା ଚଢ଼ାଉ କରାଯାଇଥିଲା । ସିଏମସିର ଚଢ଼ାଉ ପରେ ଛତ୍ରବଜାରରେ କମିଲା ଆଳୁ ଦର । ଯଦି ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମରେ ଆଳୁ ପିଆଜ ବିକ୍ରି କରାଯାଏ , ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।