କନକ ବ୍ୟୁରୋ : ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୂର । ମୋବାଇଲରେ ବାହାଘର ବେଳର ସ୍ମୃତି । ଯିଏ ମଥାରେ ସିନ୍ଦୂର ପିନ୍ଧାଇ ବୋହୂ କରି ନେଇଯିବାର ପ୍ରତିଶ୍ରୁତି ଦେଇଥିଲା, ସିଏ ଏବେ ଆଉ କାହା ହାତ ଧରି ଘର ସଂସାର କରିଛି । ଏଥର ସାବିତ୍ରୀରେ ଘରକୁ ନେଇ ସ୍ତ୍ରୀର ମାନ୍ୟତା ଦେବାକୁ କହି ଡାକିଥିଲା । କିନ୍ତୁ ଘର କାନ୍ଥରେ ପୁଅ ବାହାଘର ପ୍ରତିଛବି ଦେଖି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା । ଶଙ୍ଖା ସହ ହାତରେ ଏବେ ଲାଗିଛି ସାଲାଇନ୍ ଛୁଞ୍ଚି । ଯାହା ପାଇଁ ମଥାରେ ସିନ୍ଦୂର ପିନ୍ଧିଥିଲେ, ତା' ପାଇଁ ମୁହଁ ଘୋଡ଼ାଇ କଇଁ କଇଁ ହୋଇ କାନ୍ଦୁଛନ୍ତି ମହିଳା ।
ସାତ ଜନ୍ମର ସାଥି ହେବାକୁ ପ୍ରତିଶ୍ରୁତି ଦେଇ ଦୁଇଟି ମନ୍ଦିରରେ ଦୁଇ ଦୁଇ ଥର ବାହାଘର ଓ କୋର୍ଟ ମ୍ୟାରେଜ କରିବା ପରେ ମହିଳାଙ୍କ ଦାବି ମୋତେ ବୋହୂ କରି ନେଇଯା । ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ହାଇ ଭୋଲ୍ଟେଜ୍ ଡ୍ରାମା । ସେପଟେ କମିସନରେଟ ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ ।