ଛାଡ଼ିଗଲାଣି ଡରଭୟ ; ପୁଲିସ୍ ବାବୁଙ୍କୁ ବି ପୋଡ଼ିଦେଲେ!

କଳାହାଣ୍ଡି ଜୁନାଗଡ଼ ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଥିଲା ଅର୍ଦ୍ଧଦଗ୍ଧ ମୃତଦେହ । ପାଖରେ ପଡ଼ିଥିଲା ପୋଡ଼ି ଯାଇଥିବା ଏକ ବାଇକ୍ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼ ।

ପୁଲିସ୍ ବାବୁଙ୍କୁ ବି ପୋଡିଦେଲେ!

ପୁଲିସ୍ ବାବୁଙ୍କୁ ବି ପୋଡିଦେଲେ! Photograph: (KanakNews )

କନକ ବ୍ୟୁରୋ: ଗତକାଲି ନୟାଗଡ଼ରେ ଫରେଷ୍ଟରଙ୍କ ହତ୍ୟା ପରେ ଆଜି କଳାହାଣ୍ଡିରେ ଜଣେ ଏଏସଆଇଙ୍କୁ ଜାଳିଦେବା ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ତେବେ କିଏ ଓ କାହିଁକି ଏଏସଆଇଙ୍କୁ ହତ୍ୟା କଲେ?

  • ଛାଡ଼ିଗଲାଣି ଡରଭୟ
  • ପୁଲିସ୍ ବାବୁଙ୍କୁ ବି ପୋଡ଼ିଦେଲେ! 

କଳାହାଣ୍ଡି ଜୁନାଗଡ଼ ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଥିଲା ଅର୍ଦ୍ଧଦଗ୍ଧ ମୃତଦେହ । ପାଖରେ ପଡ଼ିଥିଲା ପୋଡ଼ି ଯାଇଥିବା ଏକ ବାଇକ୍ । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼ । ପହଚିଥିଲା ପୁଲିସ, ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଥିଲା ମୃତକ ଜଣଙ୍କ ହେଉଛନ୍ତି କୋରାପୁଟ ବୋରିଗୁମ୍ମା ଅଞ୍ଚଳର ପବିତ୍ର ଗୋଲାପି । ସେ ଭବାନୀପାଟଣା ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ଏଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି । 

ତେବେ ଏଏସଆଇ ପବିତ୍ରଙ୍କ ମୃତଦେହ ପଡିଥିବା ଖବର ପାଇ ଅତିରିକ୍ତି ଏସପି ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ପବିତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ । 

ଶନିବାର ନୟାଗଡ଼ରେ ଫରେଷ୍ଟର ଶିଶିର ସାହୁଙ୍କୁ ପୋଡ଼ି ମାରିଦେଇଥିଲେ ସ୍ତ୍ରୀ ଓ ପୁଅ । ଏହି ଘଟଣାକୁ ମାତ୍ର ୨୪ ଘଣ୍ଟା ନପୂରୁଣୁ ରାଜ୍ୟରେ ଆଉ ଜଣେ ସରକାରୀ କର୍ମଚାରୀଙ୍କ ଶବ ଅଧାପୋଡ଼ା ଅବସ୍ଥାରେ ଉଦ୍ଧାର ହେବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ହେଲେ ପ୍ରଶ୍ନ ଉଠୁଛି, ପୋଡ଼ି ମାରିବା ପାଲଟିଛି କି ହତ୍ୟାର ନୂଆ ଷ୍ଟାଇଲ? ପୁଲିସକୁ ଆଉ ଭୟ ନାହିଁ କି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe