କନକ ବ୍ୟୁରୋ: ଗାଜାରେ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ନୂଆ ସଙ୍କଟ ଦେଖାଦେଇଛି । ଅଶୁଦ୍ଧ ପାଣି ଯୋଗୁଁ ବହୁ ଲୋକଙ୍କ ଜୀବନ ଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଗାଜାରେ ଶୁଦ୍ଧ ପାଣିର ଅଭାବ ଏବଂ ଅପରିଷ୍କାର ଜଳ ଉତ୍ସ ଯୋଗୁଁ ବିଭିନ୍ନ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୟସ୍କଙ୍କ ମୃତ୍ୟୁର କାରଣ ସାଜିଛି । ଅଞ୍ଚଳର ଅଧିକାଂଶ ଜଳ ଉତ୍ସ ଦୂଷିତ ହେବା ସହ ପାଣି ଶୁଦ୍ଧୀକରଣ ବ୍ୟବସ୍ଥା ମଧ୍ୟ ଧ୍ୱଂସ ହୋଇଛି । ଯୁଦ୍ଧ ଯୋଗୁଁ ଗାଜାରେ ପାଣି ଯୋଗାଣ ବନ୍ଦ ରହିଛି । ନଳକୂପ, କୂଅରୁ ପାଣି ପିଇବାଯୋଗ୍ୟ ନାହିଁ । ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ, ହେପାଟାଇଟିସ୍ ଏ ଏବଂ ଅନ୍ୟାନ୍ୟ ଜଳଜନିତ ରୋଗ ବ୍ୟାପୁଛି, ଯାହା ଶିଶୁ ଓ ବୃଦ୍ଧଙ୍କ ପାଇଁ ଅଧିକ ଘାତକ ହେଉଛି । ସ୍ଥାନୀୟ ହସ୍ପିଟାଲଗୁଡ଼ିକରେ ଔଷଧ ମହଜୁଦ ଥିଲେ ମଧ୍ୟ ପାଣି ମିଳୁନି । ଜାତିସଂଘ ଏବଂ ଅନ୍ୟାନ୍ୟ ମାନବିକ ସଂସ୍ଥା ଗାଜାରେ ଜରୁରୀ ଭିତ୍ତିରେ ପରିଷ୍କାର ପାଣି ଓ ଚିକିତ୍ସା ସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଯୁଦ୍ଧ ଏହି ପ୍ରୟାସକୁ ବାଧା ଦେଉଛି । ଗାଜାର ଲୋକମାନେ ବିପଜ୍ଜନକ ପରିସ୍ଥିତିରେ ଜୀବନଯାପନ କରୁଛନ୍ତି, ଯେଉଁଠାରେ ପାଣି ମଧ୍ୟ ଏକ ମାରାତ୍ମକ ଶତ୍ରୁ ହୋଇଉଠିଛି । 

Advertisment

ରକ୍ତ, ଖାଦ୍ୟ ପରେ ଗାଜାରେ ପାଣି ସଂକଟ 
ଗାଜାର ଛୋଟ ବଡ଼ ମେଡିକାଲରେ ଦେଖାଦେଇଛି ଜଳ ସଙ୍କଟ
ନଳକୂପ, କୂଅ ପାଣି ପିଇବା ଯୋଗ୍ୟ ନୁହେଁ
ପମ୍ପ ହାଉସ୍‌, ପାଇପ୍‌ ଲାଇନ୍ ଯୁଦ୍ଧରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି
ଗାଜା ଅଧିକାରୀଙ୍କ କହିବାନୁଯାୟୀ, ନଳକୂପ, ପମ୍ପ ହାଉସ୍‌ ମରାମତି କରୁଥିବା ଶ୍ରମିକଙ୍କୁ ଇସ୍ରାଏଲ୍‌ ଟାର୍ଗେଟ୍‌ କରୁଛି
ଗାଜାରେ ହେପାଟାଇଟିସ୍ ଏ, ଡାଇରିଆ ରୋଗ ବ୍ୟାପୁଛି
ଗାଜାରେ ଜଳ ଭିତ୍ତିଭୂମିର ଧ୍ୱଂସ ପ୍ରତିଦିନ ପାଣି ଖୋଜିବାକୁ ଲୋକମାନେ ସଂଘର୍ଷ କରୁଛନ୍ତି
ଯେଉଁମାନେ ଘରକୁ ପାଣି ପହଞ୍ଚାଉଛନ୍ତି ସେମାନେ ଅତ୍ୟଧିକ ଟଙ୍କା ଆଦାୟ କରୁଛନ୍ତି