stop rape Photograph: (kanak news)
କନକ ବ୍ୟୁରୋ : ଦକ୍ଷିଣ ମୁମ୍ଵାଇର କଫ୍ ପରେଡ୍ ଅଞ୍ଚଳରେ ଜଣେ ୨୦ ବର୍ଷିୟା ମାନସିକ ବିକାରଗ୍ରସ୍ତ ଯୁବତୀ ଗର୍ଭବତୀ ହେବା ଘଟଣାକୁ ନେଇ ପୁଲିସ ତଦନ୍ତ କରିଥିଲା । ଏହି ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ସନ୍ଦେହରେ ୧୬ଜଣ ପୁରୁଷଙ୍କ ଡିଏନ୍ଏ ପରୀକ୍ଷା କରାଯାଇଥିଲା । ଏଥିରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବାପା-ଝିଅର ପବିତ୍ର ସମ୍ପର୍କ ଉପରେ କଳା ଦାଗ ଲଗାଇଦେଇଛି। ଝିଅର ଦୁଷ୍କର୍ମ ଆଉ କେହି ନୁହେଁ ନିଜ ବାପା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଡିଏନ୍ଏ ରିପୋର୍ଟ ଆଧାରରେ ପୁଲିସ ନର ରାକ୍ଷସ ବାପାକୁ ଗିରଫ କରିଛି ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଅକ୍ଟୋବର ମାସ ୨୦୨୫ରେ କଫ ପରେଡ୍ ପୁଲିସକୁ ଦକ୍ଷିଣ ମୁମ୍ବାଇର ‘କାମା ଆଣ୍ଡ ଅଲବ୍ଲେସ୍ ହସ୍ପିଟାଲ’ରୁ ଏକ କଲ୍ ଆସିଥିଲା। ଯେଉଁଥିରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ କି, ଜଣେ ୨୦ବର୍ଷିୟା ମାନସିକ ବିକାରଗ୍ରସ୍ତ ଯୁବତୀ ପେଟରେ ଯନ୍ତ୍ରଣା ଥିବା ନେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ଯାଞ୍ଚରୁ ଜଣାପଡ଼ିଛି ସେ ୫ମାସର ଗର୍ଭବତୀ ଅଛନ୍ତି ।
ଅଧିକ ପଢ଼ନ୍ତୁ---ମହିଳାଙ୍କ ସହ ଦୁଷ୍କର୍ମ : ଗର୍ଭାଶୟ କାଢ଼ିନେଲେ , ଶରୀରରେ ସିଗାରେଟ୍ ଚେଙ୍କ
ଯୁବତୀ ଜଣକ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ତାଙ୍କ ସହ କଣ ଘଟିଛି, ତାହା ପୁଲିସ ଆଗରେ କହିପାରିନଥିଲେ। ପ୍ରାରମ୍ଭିକ ତଦନ୍ତରେ ପୁଲିସକୁ କୌଣସି ତଥ୍ୟ ମିଳିପାରିନଥିଲା, କିନ୍ତୁ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ଯୁବତୀଙ୍କ ଘରର ଆଖପାଖ ଅଞ୍ଚଳରୁ ୧୬ଜଣଙ୍କ ଡିଏନଏ ସାମ୍ପୁଲ ସଂଗ୍ରହ କରିଥିଲା ପୁଲିସ, ଯେଉଁଥିରେ ଯୁବତୀଙ୍କ ବାପାଙ୍କ ଡିଏନଏ ସାମ୍ପୁଲ ବି ସାମିଲ ଥିଲା। ଏହାପରେ ଯୁବତୀଙ୍କ ଗର୍ଭରେ ଥିବା ଭୃଣର ଡିଏନ୍ଏ ସହ ତାଙ୍କ ବାପାଙ୍କ ଡିଏନ୍ଏ ମେଳ ଖାଇଥିବା ଡିଏନ୍ଏ ପରୀକ୍ଷାରୁ ଜଣାପଡ଼ିଥିଲା। ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଆଧାର କରି ମଙ୍ଗଳବାର କଫ ପରେଡ୍ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।
Follow Us