କରୋନା ପରେ ଡରାଇଲାଣି ଆଉ ଏକ ଭୂତାଣୁ । ଗଲାଣି ୫ଜଣଙ୍କ ଜୀବନ

Advertisment

ମହାମାରୀ କରୋନା କବଳରୁ ବିଶ୍ବ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନଥିବା ବେଳେ ଆଫ୍ରିକୀୟ ଦେଶ ରୱାଣ୍ଡାରେ ଏବେ ମାରବର୍ଗ ଭୂତାଣୁ ଆତଙ୍କ ସୃଷ୍ଟି କରିଛି

Updated On

ମହାମାରୀ କରୋନା କବଳରୁ ବିଶ୍ବ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନଥିବା ବେଳେ ଆଫ୍ରିକୀୟ ଦେଶ ରୱାଣ୍ଡାରେ ଏବେ ମାରବର୍ଗ ଭୂତାଣୁ ଆତଙ୍କ ସୃଷ୍ଟି କରିଛି

ଅଦ୍ୟତନ ହୋଇଛି
marbarg

କନକବ୍ୟୁରୋ : ମହାମାରୀ କରୋନା କବଳରୁ ବିଶ୍ବ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନଥିବା ବେଳେ ଆଫ୍ରିକୀୟ ଦେଶ ରୱାଣ୍ଡାରେ ଏବେ ମାରବର୍ଗ ଭୂତାଣୁ ଆତଙ୍କ ସୃଷ୍ଟି କରିଛି । 

ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଲୋକ ଅସୁସ୍ଥ ଅଛନ୍ତି । ମାରବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ଲକ୍ଷଣ ସହ ସମାନ । ଯେଉଁଥିରେ ରୋଗୀଙ୍କୁ ଜ୍ୱର, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । 

ପରିସ୍ଥିତି ଗୁରୁତର ହେଲେ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ଗତ ଫେବ୍ରୁଆରିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବୟାନ ଜାରି କରି କହିଥିଲା ଯେ, ମାରବର୍ଗ ଭୂତାଣୁ ସଂକ୍ରମଣ କ୍ଷିପ୍ର ଗତିରେ ବ୍ୟାପିବାରେ ଲାଗିଛି । ପ୍ରଭାବିତ ଅଞ୍ଚଳରେ ଆଗୁଆ ଟିମ୍ ମୁତୟନ କରାଯାଇଛି, ଯେଉଁମାନେ ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରି ସେମାନଙ୍କୁ ସଙ୍ଗରୋଧରେ ରଖୁଛନ୍ତି ଏବଂ ସେମାନଙ୍କ ଚିକିତ୍ସା ମଧ୍ୟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe