କନକ ବ୍ୟୁରୋ : ହରିୟାଣାରେ ଶୋଚନୀୟ ପରାଜୟ ପରେ ଏବେ କଂଗ୍ରେସ ଟାର୍ଗେଟରେ ମହାରାଷ୍ଟ୍ର । ଆଜି ପ୍ରଦେଶ କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ନିର୍ବାଚନ ରଣନୀତି ପ୍ରସ୍ତୁତି ସହ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । ସୂଚନା ଅନୁସାରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେଙ୍କ ସମେତ ସବୁ ତୁଙ୍ଗ ନେତା ବୈଠକରେ ସାମିଲ ହୋଇଛନ୍ତି । ହରିୟାଣା ପରାଜୟ ପରେ ଇଣ୍ଡିମେଂଟ କଂଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ । ତେଣୁ ସମାନ ଭୁଲ ମହାରାଷ୍ଟ୍ର ଯେପରି ନହୁଏ ସେନେଇ ଦଳ ସଜାଗ ରହିଛି ପଦକ୍ଷେପ ଗ୍ରହଣ କରିବା ଠିକ ମନେ କରୁଛି । ସେପଟେ ବିଜେପି ମଧ୍ୟ ମହାରାଷ୍ଠ୍ର ପାଇଁ କସରତ ଆରମ୍ଭ କରିଦେଇଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ବସିଛି ମହାରାଷ୍ଟ୍ର କୋର ଗ୍ରୁପ ବୈଠକ ।
ହରିଆଣା ହାରିବା ପରେ କଂଗ୍ରେସ ଫୋକସରେ ମହାରାଷ୍ଟ୍ର । ଦଳୀୟ ନେତାଙ୍କ ସହ ରାହୁଲଙ୍କ ଆଲୋଚନା, ଶାହାଙ୍କ ଅଧ୍ୟକ୍ଷତାରେ କୋର ଗ୍ରୁପ ବୈଠକ
ନିର୍ବାଚନ ରଣନୀତି ପ୍ରସ୍ତୁତି ସହ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର । ସୂଚନା ଅନୁସାରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲେଙ୍କ ସମେତ ସବୁ ତୁଙ୍ଗ ନେତା ବୈଠକରେ ସାମିଲ ହୋଇଛନ୍ତି । ହରିୟାଣା ପରାଜୟ ପରେ ଇଣ୍ଡିମେଂଟ କଂଗ୍ରେସର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ ।