କୋଇଲା ପରେ ମାଙ୍ଗାନିଜ୍‌ ଖଣିରେ ଚଢାଉ, ସ୍ପେଶାଲ ଏନଫୋର୍ସମେଣ୍ଟ  ଟିମ୍‌

Advertisment

କୋଇଲା ପରେ ମାଙ୍ଗାନିଜ୍‌ ଖଣିରେ ଚଢାଉ । ମାଙ୍ଗାନିଜ୍‌ ଚୋରାଚାଲାଣର ତଦନ୍ତ କରୁଛନ୍ତି ଏନଫୋର୍ସମେଣ୍ଟ ଟିମ୍‌

କୋଇଲା ପରେ ମାଙ୍ଗାନିଜ୍‌ ଖଣିରେ ଚଢାଉ । ମାଙ୍ଗାନିଜ୍‌ ଚୋରାଚାଲାଣର ତଦନ୍ତ କରୁଛନ୍ତି ଏନଫୋର୍ସମେଣ୍ଟ ଟିମ୍‌

କୋଇଲା ପରେ ମାଙ୍ଗାନିଜ୍‌ ଖଣିରେ ଚଢାଉ

କୋଇଲା ପରେ ମାଙ୍ଗାନିଜ୍‌ ଖଣିରେ ଚଢାଉ Photograph: (kanakNews)

କନକ ବ୍ୟୁରୋ: କୋଇଡା ମାଙ୍ଗାନିଜ୍ ଖଣି ଲୁଟ୍ ଘଟଣାରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡର ତଦନ୍ତ । ଆଜି ସକାଳେ ମାଙ୍ଗାନିଜ୍ ଚୋରି ଘଟଣାରେ ଏନ୍‌ଫୋର୍ସମେଣ୍ଟ ଟିମ୍ କୋଇଡା ଅଞ୍ଚଳରେ ପହଞ୍ଚିଛନ୍ତି । 

ମାଙ୍ଗାନିଜ୍ ଖଣି ଚୋରି ଘଟଣାରେ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ କୋଇଡାରେ ପହଞ୍ଚିଛି ଟିମ୍ । ବହୁମୁଲ୍ୟ କଳାହୀରା ବା ମାଙ୍ଗାନିଜ୍ ଲୁହାପଥର ଚୋରା ଚାଲାଣର ତଦନ୍ତ କରିବ ଏହି ଟିମ୍ । କୋଇଡା ଖଣି ଉପନିର୍ଦ୍ଦେଶକ ମଧ୍ୟ ସାଙ୍ଗରେ ରହିଛନ୍ତି । କୋଇଡାର ଗଣୁଆଁ, ପାଟମୁଣ୍ଡା ଅଞ୍ଚଳ ବୁଲି ଦେଖିବେ ଟିମ୍ । 

ପ୍ରଶାସନର ନାକନିଶ ତଳେ ସୁନ୍ଦରଗଡ ଘଂଚ ଜଙ୍ଗଲରେ କୋଇଲା ଖଣିଥିଲା । ବେଆଇନ ଭାବେ କୋଇଲା ଉତ୍ତୋଳନ କରି ଷ୍ଟକୟାର୍ଡରେ ହଜାର ହଜାର ଟନ କୋଇଲା ଗଚ୍ଛିତ ରଖାଯାଇଥିଲା । କନକ ନ୍ୟୁଜରେ ଏ ନେଇ ଖବର ପ୍ରସାରଣ ପରେ ଖଣି ବିଭାଗର ନିଦ ଭାଙ୍ଗିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe