କନକ ବ୍ୟୁରୋ: କିଛି ଅଘଟଣ ଘଟିଲା ପରେ ପ୍ରଶାସନର ଚେତା ପଶୁଛି। ଆଉ ତାପରେ ତରବରିଆ ନିଷ୍ପତି ନିଆଯାଉଛି। ଯୋଜନା ବଦ୍ଧ ଭାବେ ପଦକ୍ଷେପ ନିଆନଯିବା ଲାଗି ପାର୍ଶ୍ୱପ୍ରତିକ୍ରୀୟ ଦେଖିବାକୁ ମିଳୁଛି । ଏଭଳି ପଦକ୍ଷେପକୁ ନିନ୍ଦା କରିଛନ୍ତି ସହରର ବୁଦ୍ଧିଜୀବୀ । ଆମେ କହୁଛୁ ବ୍ରହ୍ମପୁର ମହାନଗର ନିଗମ କଥା।
ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ବ୍ରହ୍ମପୁର ମହାନଗର ନିଗମ । ବିଜିପୁର ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ସମସ୍ତ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଛି । ରାସ୍ତାକଡ଼ରେ ବ୍ୟବସାୟ କରିବା ପାଇଁ ବାରଣ କରାଯାଇଛି । ପ୍ରତିବାଦରେ ବିଜିପୁର ଉଠା ଦୋକାନୀ ବଣିକ ସଂଘ ଶତାଧିକ ବ୍ୟବସାୟୀ ଧାରଣା ଦେବା ସହ ବିକ୍ଷୋଭ କରିଛନ୍ତି । ନିଜ ଗୁଜରାଣ ମେଣ୍ଟାଇବା ସହ ପରିବାର ପ୍ରତିପୋଷଣ ପାଇଁ ପୁନଃ ଥଇଥାନ କରିବାକୁ ଦାବି ହୋଇଛି ।
ଗତ ୨୯ ତାରିଖରେ ବିଜିପୁର ସନ୍ତୋଷ ମନ୍ଦିର ନିକଟରେ ଫୁଲ ଓ ନଡ଼ିଆ ବିକ୍ରି କରୁଥିବା ମହିଳାଙ୍କ ଉପରେ ମାଡ଼ି ଯାଇଥିଲା କାର । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ମହିଳା । ଅଘଟଣ ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ତରବରିଆ ଭାବେ ନିଷ୍ପତି ନେଇଛି । ଅଘଟଣ ପରେ ପ୍ରଶାସନର ନିଦ ଭାଙ୍ଗୁଥିବା ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ । ସହରର ଟ୍ରାଫିକ ସମସ୍ୟା ଯୋଗୁଁ ବାରମ୍ବାର ଅଘଟଣ ଘଟୁଛି । ପୁଲିସ ଓ ପ୍ରଶାସନ ଏହାର ସମାଧାନ କରିବାରେ ବିଫଳ ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ଯୋଜନାବଦ୍ଧ ଭାବେ ପ୍ରଥମେ ବ୍ୟବସାୟୀଙ୍କ ପଞ୍ଜିକରଣ ଓ ଥଇଥାନ ପରେ ଉଚ୍ଛେଦ କଲେ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/4E2MUENUEI3IWLwRBJpL.jpg)