କନକ ବ୍ୟୁରୋ: ବିଜେପି ପରେ ବିଜେଡିର ପ୍ରଶିକ୍ଷଣ ଶିବିର। ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ ପୁରୁଣା ବିଧାୟକ। ବିଜେଡି ତରଫରୁ ବିଧାୟକ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। 

Advertisment

ନବୀନ ପଟ୍ଟନାୟକ,ଗଣେଶ୍ୱର ବେହେରା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, କଳିକେଶ ସିଂଦେଓ, ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ ପ୍ରମୁଖ ବରିଷ୍ଠ ନେତା ମାନେ ନବନିର୍ବାଚିତ ବିଧାୟକ ମାନଙ୍କୁ ପ୍ରଶିକ୍ଷଣ ଦେବେ। ରାଜ୍ୟ ସରକାର କରିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତାକୁ ହାନି ପହଁଚିଛି। ତେଣୁ ଏହି କାର୍ଯ୍ୟକ୍ରମକୁ ବୟକଟ କରାଯାଇଥିଲା। ଆଜି ସକାଳ ୧୦ଟାରୁ ପ୍ରଶକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ।