କନକ ବ୍ୟୁରୋ: ବିହାର ପରେ ଦିଲ୍ଲୀରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ- ଏସଆଇଆର୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ କମିସନ ୨୦୦୨ ମସିହାର ଭୋଟର ତାଲିକାକୁ ନିର୍ବାଚନମଣ୍ଡଳୀ ସହ ମିଶାଇ ୱେବସାଇଟରେ ଅପଲୋଡ୍ କରିଛନ୍ତି । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ପୂର୍ବରୁ ନିର୍ବାଚନ କମିସନ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ ଡାକି ପ୍ରସ୍ତୁତ ରହିବାକୁ କହିଥିଲେ । ସାରା ଦେଶରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଚଳିତ ମାସ ଶେଷ କିମ୍ୱା ଆସନ୍ତା ମାସ ଆରମ୍ଭରେ ଘୋଷଣା କରାଯିବାର ସମ୍ଭାବନା ରହିଛି ।
ଦିଲ୍ଲୀରେ ଏସଆଇଆର ପ୍ରସ୍ତୁତି
୨୦୦୨ ଭୋଟର ତାଲିକା ୱେବସାଇଟରେ ଅପଲୋଡ୍
ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା
ଶୀଘ୍ର ଦେଶବ୍ୟାପୀ ଏସଆଇଆର ହେବ
ସବୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକରେ ଆଲୋଚନା ହୋଇଛି
ଚଳିତ ମାସ ଶେଷ କିମ୍ୱା ଆସନ୍ତା ମାସ ଆରମ୍ଭରେ ଘୋଷଣା