କନକବ୍ୟୁରୋ : ବାଜି ସାରିଛି ବିହାର ନିର୍ବାଚନର ବିଗୁଲ । ଜୋର ଧରିଲାଣି ପ୍ରଚାର, ହେଲେ ଏପର୍ଯ୍ୟନ୍ତ ଛିଡ଼ୁନି ଆସନ ଭାଗବଣ୍ଟା ଗଣିତ, ଏନଡିଏ ହେଉ ବା ଇଣ୍ଡି ମେଣ୍ଟ ଏପର୍ଯ୍ୟନ୍ତ କିଏ କେତେ ଆସନରେ ଲଢିବେ, ଠିକ୍ ହୋଇପାରୁନାହିଁ । ମେଣ୍ଟରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ନିର୍ବାଚନ ପୂର୍ବରୁ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଛନ୍ତି । ଅକ୍ଷରା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ଆଜି ମୁଁ ସୌଜନ୍ୟମୂଳକ ସାକ୍ଷାତ କରିଥିଲି ଏବଂ ବିହାରର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ଆଶୀର୍ବାଦ ମଳିଛି। ଏହି ଫଟୋ ପରେ ଆଲୋଚନା ଆରମ୍ଭ ହୋଇଛି ଯେ ଅକ୍ଷରା ସିଂହ ନିର୍ବାଚନ ଲଢ଼ିବେ କି? ଏବେ ନଜର ପକାଇବା ଇଣ୍ଡି ମେଣ୍ଟର କ’ଣ ରହିଛି ଆସନ ସମୀକରଣ ।
ବିହାର ନିର୍ବାଚନ ତାରିଖ ଘୋଷଣା ପରେ ବିଭିନ୍ନ ଦଳ ତତ୍ପର : ଆସନ ଭାଗବଣ୍ଟା ନେଇ ଅଙ୍କକଷା
ବାଜି ସାରିଛି ବିହାର ନିର୍ବାଚନର ବିଗୁଲ । ଜୋର ଧରିଲାଣି ପ୍ରଚାର, ହେଲେ ଏପର୍ଯ୍ୟନ୍ତ ଛିଡ଼ୁନି ଆସନ ଭାଗବଣ୍ଟା ଗଣିତ, ଏନଡିଏ ହେଉ ବା ଇଣ୍ଡି ମେଣ୍ଟ ଏପର୍ଯ୍ୟନ୍ତ କିଏ କେତେ ଆସନରେ ଲଢିବେ, ଠିକ୍ ହୋଇପାରୁନାହିଁ ।
/kanak/media/media_files/2025/10/07/42-2025-10-07-14-53-46.jpg)