କନକ ବ୍ୟୁରୋ: ସିନ୍ଧୁନଦୀ ଚୁକ୍ତି ଅସ୍ଥାୟୀଭାବେ ସ୍ଥଗିତ ହେବା ପରେ ଟୋପାଏ ପାଣି ପାଇଁ ଆଉଟୁପାଉଟୁ ହେଉଛି ପାକିସ୍ତାନ । ବିଚଳିତ ପାକିସ୍ତାନର ଜଣଙ୍କ ପରେ ନେତା ଭାରତକୁ ଫମ୍ପା ଧମକ ଦେବା କିଛି ନୂଆ କଥା ନୁହେଁ । ପାକିସ୍ତାନ ଫିଲ୍ଲ ମାର୍ଶଲ, ପୂର୍ବତନ ବିଦେଶ ମନ୍ତ୍ରୀଙ୍କ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଧମକ ଦେଇ କହିଛନ୍ତି,ଭାରତ ପାକିସ୍ତାନଠାରୁ ଟୋପାଏ ପାଣି ଛଡ଼ାଇପାରିବନି । ଯଦି ସେମିତି କିଛି କରେ, କଡ଼ା ଜବାବ ଦିଆଯିବ । ଯାହାକୁ ଭାରତ ଜୀବନସାରା ମନେ ରଖିବ ।
ଓଡ଼ିଆରେ ଗୋଟିଏ ଢଗ ରହିଛି, କୁକୁର ଲାଙ୍ଗୁଡ଼ ବାରମାସ ବଙ୍କା । ଠିକ୍ ସେଭଳି କିଛି କାମ କରୁଛି, କଥା କହୁଛି ପାକିସ୍ତାନ । ଅପରେସନ୍ ସିନ୍ଦୂରରେ ଝଟକା ପରେ ଝଟକା ପାଇବା ପରେ ଲାଗୁଛି କିଛି ଶିଖିନି ଶତ୍ରୁ ଦେଶ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ସିନ୍ଧୁନଦୀ ଜଳ ଚୁକ୍ତି ବନ୍ଦ କରିଛି ଭାରତ । ଚୁକ୍ତି ରଦ୍ଦ ପାଇଁ ପ୍ରଥମେ ବାରମ୍ବାର ନିବେଦନ କଲା, ଭାରତ ନଶୁଣିବାରୁ ବର୍ତ୍ତମାନ ପୁଣି ନିଜର ଅସଲ ଚେହେରା ଦେଖାଉଛି ଆତଙ୍କୀସ୍ତାନ । ଯେତେ ମୁହଁ ଫୁଟାଣି କଲେ ବି ଭାରତର ପାଣି ଉପରେ ପାକିସ୍ତାନ ନିର୍ଭରଶୀଳ । ଚାଷ, ବିଦ୍ୟୁତ ଉତ୍ପାଦନ ପାଇଁ ପାକିସ୍ତାନ ସିନ୍ଧୁ ନଦୀ ଉପରେ ମୁଖ୍ୟତ ନିର୍ଭର କରେ । ଅନ୍ୟପଟେ ଚେନାବ ନଦୀ ଉପରେ ଭାରତ ହାଇଡ୍ରୋପାୱାର ପ୍ରୋଜେକ୍ଟ ନିର୍ମାଣ କଲାଣି, ଯାହାକୁ ଦେଖି ଛାନିଆ ପାକିସ୍ତାନ ।