କନକ ବ୍ୟୁରୋ : ଖୋଲିଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ହୁଣ୍ଡି। ସକାଳୁ ଚାଲିଛି ହୁଣ୍ଡି ଟଙ୍କା ଗଣତି। ଦେବତ୍ତର ବିଭାଗୀୟ ଅଧିକାରୀ, ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ୯ଟି ହୁଣ୍ଡି ଖୋଲାଯାଇଛି । ଗଣତି କାମରେ ୟୁନିଅନ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ, ସ୍ବେଚ୍ଛାସେବୀ ଓ କିଛି ଛାତ୍ରଛାତ୍ରୀ ନିୟୋଜିତ ହୋଇଛନ୍ତି। ମାଆଙ୍କ କାମ କରିବାର ସୁଯୋଗ ମିଳିଥିବାରୁ ସମସ୍ୟ ସଦସ୍ୟ ନିଜକୁ ଧନ୍ୟ ମନେ କରୁଛନ୍ତି ।
 
ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ଗଣତି କରାଯାଇଛି । ଚଳିତ ଥର ମଧ୍ୟ ଏକ କୋଟିରୁ ଅଧିକ ଟଙ୍କା ବାହାରିବା ନେଇ ଆଶା ରଖିଛିମନ୍ଦିର ପରିଚାଳନା କମିଟି । ହୁଣ୍ଡିରୁ ଆଦାୟ ଟଙ୍କା ୟୁନିଅନ ବ୍ୟାଙ୍କରେ ଜମା କରାଯିବ। ୨୦୨୪ ଜୁଲାଇରେ ଶେଷ ଥର ଦାନ ହୁଣ୍ଡି ଖୋଲିଥିଲା । ସେତେବେଳେ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା.. ୫୩ ଗ୍ରାମ ସୁନା, ୨ କେଜି ୩୯୨ ଗ୍ରାମ ରୁପା, ୨୦ଟି ୨୦ଡଲାର ସମେତ ୩୩ଟି ବିଦେଶୀ ମୁଦ୍ରା ମିଳିଥିଲା ।
 
ମାଆ ମଝିଘରିଆଣୀଙ୍କ ଉପରେ ଭକ୍ତଙ୍କ ପ୍ରବଳ ବିଶ୍ୱାସ ରହିଛି । ମା'ଙ୍କୁ ଡାକିଲେ ସେ ଓ' କରନ୍ତି। ପ୍ରତିଦିନ ହଜାର ହାଜର ଭକ୍ତ ଆସିଥାନ୍ତି। ମାଆଙ୍କ ହୁଣ୍ଡିର ଦାନ ଦେଇଥାନ୍ତି। ୬ ମାସ ପରେ ପୁଣି ହୁଣ୍ଡି ଖୋଲାଯାଇଛି ।  

Advertisment