କନକ ବ୍ୟୁରୋ : ୨୦ ଘଣ୍ଟାର ଅପରେସନ ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ। ଗତକାଲି ରାଜସ୍ଥାନ ଦୌଷା ଅଞ୍ଚଳରେ ଖେଳୁଥିବା ସମୟରେ ୩୫ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିଲା ଅଢେଇ ବର୍ଷର କୁନିଝିଅ । ଶିଶୁକୁ ଉଦ୍ଧାର ପାଇଁ ରାତି ତମାମ ରେସ୍କ୍ୟୁ ଅପରେସନ ଜାରି ରହିଥିଲା ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ୨୦ ଘଣ୍ଟା ପରିଶ୍ରମ କରି ଶିଶକୁ ଉଦ୍ଧାର କରିଛନ୍ତି । ଶିଶୁର ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଫସିରହିଥିବା ଶିଶୁଟି ପାଖକୁ ପାଇପ ମାଧ୍ୟମରେ ଅକ୍ସିଜେନ ପଠାଯାଇଥିଲା। ସ୍ବତନ୍ତ୍ର କ୍ୟାମେରା ଜରିଆରେ ଶିଶୁଟିର ଗତିବିଧି ଉପରେ ନଜର ରଖିଥିଲା ଉଦ୍ଧାରକାରୀ ଦଳ। ଶିଶୁଟି ହଲଚଲ ହେଉଥିବା ଏହି କ୍ୟାମେରାର ଦୃଶ୍ୟରେ ଦେଖିବାକୁ ମିଳିଥିଲା। ପରେ ଉଦ୍ଧାରକାର୍ୟ୍ୟ ତ୍ବରାନିତ କରିବା ସହ ଶିଶୁକୁ ଉଦ୍ଧାର କରାଯାଇଛି।
୨୦ ଘଣ୍ଟାର ଅପରେସନ ପରେ ବୋରୱେଲ ଭିତରୁ ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁ କନ୍ୟା । ଗତକାଲି ଖେଳୁଥିବା ବେଳେ ଖସିପଡିଥିଲା ଶିଶୁ
Advertisment
Follow Us