୮୫ ବର୍ଷ ପରେ ବିହାରରେ କଂଗ୍ରେସର କାର୍ୟ୍ୟକାରିଣୀ, ୧୯୪୦ ରେ ସଦାକତ ଆଶ୍ରମରେ ବାପୁ କରିଥିଲେ ବୈଠକ, ୨୦୨୫ ରେ ପୁଣି ବୈଠକ କଲେ ରାହୁଲ ଗାନ୍ଧୀ

୧୯୪୦ ମସିହା ପରେ ପ୍ରଥମ ସୁଯୋଗ ଥିଲା ଯେତେବେଳେ ବିହାରରେ କଂଗ୍ରେସର କାର୍ୟ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମୌଲାନା ଅବଦୁଲ୍ କଲାମ୍ ଆଜାଦ । ଆଉ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ପାଇଁ ଏକ ସମ୍ବିଧାନ ସଭାର ସଂରଚନା । 

48

କନକ ବ୍ୟୁରୋ :  ୮୫ ବର୍ଷ ପରେ ଜାତୀୟ କଂଗ୍ରେସ  ବିହାରର ସଦାକତ ଆଶ୍ରମରେ ଦଳର କାର୍ୟ୍ୟକାରିଣୀ ବୈଠକ କରିଛି । କଂଗ୍ରେସ ଏକ ଜାତୀୟ ଦଳ ଆଉ ଏହି ଦଳ ବିଭିନ୍ନ ସମୟରେ କାର୍ୟ୍ୟକାରିଣୀ ବୈଠକ କରିଥାଏ । ହେଲେ ବିହାରର ସଦାକତ ଆଶ୍ରମରେ କଂଗ୍ରେସର ବୈଠକ ପୁଣି ସେହି ପରାଧୀନ ଭାରତ ଆଉ କଂଗ୍ରେସ କଥା ମନେ ପକାଇଛି । 
କଂଗ୍ରେସ ଦଳର ନେତାମାନେ କିଛିବର୍ଷ ହେବ ଏନଡିଏ ସରକାର ସମ୍ବିଧାନକୁ ହତ୍ୟା କରୁଥିବା ଅଭିଯୋଗ କରୁଛନ୍ତି । ଏନେଇ ଦଳର ଅଘୋଷିତ ଶୀର୍ଷ ନେତା ରାହୁଲ ଗାନ୍ଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । ସମ୍ବିଧାନକୁ ରକ୍ଷା କରିବାର ନାରା ସହ ସେ ପ୍ରତିଟି ମଞ୍ଚକୁ ସମ୍ବିଧାନର ପୁସ୍ତିକା ଧରି ଆସୁଛନ୍ତି । 

୧୯୪୦ ମସିହା ପରେ ପ୍ରଥମ ସୁଯୋଗ ଥିଲା ଯେତେବେଳେ ବିହାରରେ କଂଗ୍ରେସର କାର୍ୟ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମୌଲାନା ଅବଦୁଲ୍ କଲାମ୍ ଆଜାଦ । ଆଉ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ ପାଇଁ ଏକ ସମ୍ବିଧାନ ସଭାର ସଂରଚନା । 

ବାସ୍ ୮୫ ବର୍ଷ ପରେ କଂଗ୍ରେସ ପୁଣିଥରେ ବିହାରର ସଦାକତ ଆଶ୍ରମରେ କାର୍ୟ୍ୟକାରିଣୀ ବୈଠକ କରିଛି । ରାମଗଡ଼ରୁ ପାଟନା ପର୍ୟ୍ୟନ୍ତ ବିଗତ ୮୫ ବର୍ଷ ଭିତରେ ଅନେକ ପରିବର୍ତ୍ତନ ହୋଇଛି । ଆଉ ତା ସହ ସଭାର ପ୍ରସଙ୍ଗ ବି ବଦଳି ଯାଇଛି । ସେତେବେଳେ ଭାରତ ପାଇଁ ଏକ ମଜୁବତ ସମ୍ବିଧାନ ଗଠନ କରିବା ଉର୍ଦ୍ଦେଶ୍ୟରେ କଂଗ୍ରେସ ଏହି ସଭା କରିଥିଲା । ହେଲେ ଆଜି ମଜବୁତ ସମ୍ବିଧାନ ବିପଦରେ ରହିଛି ଓ ତାକୁ କିଭଳି ରକ୍ଷା କରାଯିବ ଏଭଳି ଏକ ପ୍ରସଙ୍ଗ ନେଇ ସମାନ ସ୍ଥାନରେ ୮୫ ବର୍ଷ ପରେ କଂଗ୍ରେସ ବୈଠକ କରିଛି । 

୧୯୪୦ ମସିହାରେ ରାମଗଡ଼ର ସଦାକତ ଆଶ୍ରମରେ କଂଗ୍ରେସ କାର୍ୟ୍ୟକାରିଣୀ ବୈଠକରେ ଏକ ଐତିହାସିକ ପ୍ରସ୍ତାବ ପାରିତ ହୋଇଥିଲା । ପ୍ରଥମଥର ଭାରତୀୟ ଜାତୀୟ କଂଗ୍ରେସ ମୁକ୍ତ ଓ ସ୍ୱାଧୀନ ଭାରତ ପାଇଁ ସମ୍ବିଧାନ ସଭା ଗଠନ କରି ସମ୍ବିଧାନ ରଚନା ଓ ଗ୍ରହଣ କରିବାକୁ ଔପଚାରିକ ପ୍ରତିବଦ୍ଧତା ଜଣାଇଥିଲା । ୧୯୫୦  ଜାନୁଆରୀ ୨୬ ତାରିଖରେ ସମ୍ବିଧାନ କାର୍ୟ୍ୟକାରୀ ହେଲା । ସେତେବେଳେ ଆରଏସଏସ୍ ଏହାକୁ ବିରୋଧ କରିଥିଲା । ଏହାକୁ ନେଇ ଏବେ ଜୟରାମ ରମେଶ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜାରି କରି ଆରଏସଏସକୁ କଟାକ୍ଷ କରିଛନ୍ତି । ଜୟରାମ ରମେଶ କହିଛନ୍ତି କି, ଯେଉଁ ସଂଗଠନ ସମ୍ବିଧାନ କାର୍ୟ୍ୟକାରୀ ବେଳେ ବିରୋଧ କରୁଥିଲା, ଆଜି ବି ଆରଏସଏସର ଚରିତ୍ର ସମାନ ରହିଛି ।

କଂଗ୍ରେସର ଏହି ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସମାନ କଥା କହିଛନ୍ତି । ଖଡଗେ କହିଛନ୍ତି ସେଦିନ ନିଷ୍ଠୁର ଇଂଗ୍ରେଜ ଶାସକମାନଙ୍କ ବିରୋଧରେ କଂଗ୍ରେସ ଲଢିବା ପାଇଁ ଅଣ୍ଟା ଭିଡ଼ିଥିଲା ଏବଂ ଭାରତୀୟମାନଙ୍କ ସହଯୋଗରେ ସଫଳ ମଧ୍ୟ ହୋଇଥିଲା । ଆଜି ଦେଶରେ ପୁଣି ଇଂଗ୍ରେଜମାନଙ୍କ ଭଳି ଅନ୍ୟ ଏକ ଗୋଷ୍ଠୀ ଶାସକ ଗାଦିରେ ବସିଛି । ହଜାର ହଜାର ଲୋକଙ୍କ ଜୀବନ ବଦଳରେ ମିଳିଥିବା ସ୍ୱାଧୀନତା ଓ କଂଗ୍ରେସ ନେତୃତ୍ୱରେ ତିଆରି ହୋଇଥିବା ଗଣତନ୍ତ୍ରକୁ ଦୈନିକ ହତ୍ୟା କରୁଛି । ସମ୍ବିଧାନିକ ଅଧିକାର ଭୋଟକୁ ଲୋକଙ୍କ ଠାରୁ ଛଡ଼ାଇନେବାକୁ ବସିଛି ଓ ଏଥିରେ ସହଯୋଗ କରୁଛନ୍ତି ନିର୍ବାଚନ କମିସନ । ଏହା ବିରୋଧରେ କଂଗ୍ରେସ ଲଢେଇ ଆରମ୍ଭ କରିଛି ଓ ଏଭଳି ଗଣତନ୍ତ୍ର ହତ୍ୟାକାରୀଙ୍କୁ କ୍ଷମତାଚ୍ୟୁତ କରିବାରେ କଂଗ୍ରେସ ସଫଳ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe