ମାଓନେତା ଚଲ୍ଲପତିର ମୃତ୍ୟୁ ପରେ ହଟିଲା ଭୟ; ଏଥର ଉଡିବ ତ୍ରିରଙ୍ଗା

ଟପ୍ ମାଓନେତା ଚଲ୍ଲପତିର ଶେଷକୃତ୍ୟ । ଆନ୍ଧ୍ର ଶ୍ରୀକାକୁଲ୍ଲମରେ ମାଓ ସମର୍ଥକଙ୍କ ଗହଣରେ ଅନ୍ତିମ ସଂସ୍କାର। ସେପଟେ ହଟିଲା ମାଓ ଭୟ । ଛତିଶଗଡ଼  କୱରଗଟ୍ଟାରେ ୪୦ ବର୍ଷ ପରେ ଉଡ଼ିବ ତ୍ରିରଙ୍ଗା ।

flag

flag Photograph: (kanaknews)

କନକ ବ୍ୟୁରୋ: ଭାଙ୍ଗିଲା ନକ୍ସଲଙ୍କ ଗଡ଼ । ଏବେ ମନରୁ ଭୟ ହଟାଇବାକୁ ଚେଷ୍ଟା । ଛତିଶଗଡ଼ ବିଜାପୁର ଜିଲ୍ଲାର କବରଗଟ୍ଟା ଅଞ୍ଚଳରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଏହା ଭାରତୀୟ ଯବାନଙ୍କ ପାଇଁ ଆଉ ଏକ ବଡ଼ ସଫଳତା । କାହିଁକି ନା ଦୀର୍ଘ ୪୦ ବର୍ଷ ହେବ ଏହି ଅଞ୍ଚଳରେ ତ୍ରିରଙ୍ଗା ଉତ୍ତୋଳନ ହୋଇନଥିଲା । ନକ୍ସଲଙ୍କ ଭୟରେ ଏହି ଅଞ୍ଚଳ କେବେ ବି ସ୍ବାଧୀନତାର ସ୍ବାଦ ଚାଖି ପାରିନି । ମାଓ ଉପଦ୍ରବ ପାଇଁ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ଅଛନ୍ତି ଏହି ଅଞ୍ଚଳର ଲୋକେ । ଏବେ ମାଓବାଦୀଙ୍କ ଉପରେ ଯବାନଙ୍କ ପ୍ରହାର ପରେ ପୁଣି ଥରେ ତ୍ରିରଙ୍ଗା ଉତ୍ତୋଳନ ହେବାକୁ ଯାଉଛି । ୪୦ ବର୍ଷ ପରେ ପୁଣି ଥରେ ସାଧାରଣତନ୍ତ୍ର ଦିବସ ପାଳିବେ କବରଗଟ୍ଟା ଅଞ୍ଚଳର ଲୋକେ । ଏଥିପାଇଁ ଯବାନଙ୍କ ପକ୍ଷରୁ ସରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଅଞ୍ଚଳକୁ ରାସ୍ତା ନଥିବା ବେଳେ ଯବାନଙ୍କ ପକ୍ଷରୁ ରାସ୍ତା ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe