କନକ ବ୍ୟୁରୋ: ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସଂପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛନ୍ତି ଭାରତ-ଚାଇନା । ସୀମାରୁ ସେନା ପ୍ରତ୍ୟାହାର ସହ ଉଭୟ ଦେଶ ନିର୍ମାଣ କରିଥିବା ଭିତ୍ତିଭୂମିକୁ ମଧ୍ୟ ହଟାଇ ଦେଇଛନ୍ତି । ୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ଏହି ଦୁଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଦୀର୍ଘ ୪ ବର୍ଷ ପରେ ଏଠାରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବୁଧବାର ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଦୁଇ ଦେଶର ସେନା ପରସ୍ପରକୁ ମିଠା ଦେଇଛନ୍ତି । ଆସନ୍ତାକାଲି ଦୀପାବଳି ଥିବାରୁ ଗୋଟିଏ ସକାରାତ୍ମକ ସମ୍ପର୍କ ଆରମ୍ଭ ପାଇଁ ମିଠାର ଆଦାନ ପ୍ରଦାନ ହୋଇଛି ବୋଲି ଜଣାପଡ଼ିଛି । ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ଦୁଇ ଅଞ୍ଚଳରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା ସହ ଟେଣ୍ଟ ଗୁଡ଼ିକ ହଟାଇ ଦେଇଛନ୍ତି। ଏଥିସହ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଏବେ ସମ୍ଭାବ୍ୟ ରୁଟିନ ପାଟ୍ରୋଲିଂ ଆରମ୍ଭ ହେବ । ଏଥିପାଇଁ ଦୁଇ ଦେଶ ରାଜି ମଧ୍ୟ ରହିଛନ୍ତି ।

Advertisment

ସେନା ପ୍ରତ୍ୟାହାର ଶେଷ କଲେ ଭାରତ-ଚାଇନା
ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସଂପୂର୍ଣ୍ଣ ହଟିଲା ଚୀନ
ଉଭୟ ଦେଶ ନିର୍ମାଣ କରିଥିବା ଭିତ୍ତିଭୂମିକୁ ମଧ୍ୟ ହଟାଇ ଦେଇଛନ୍ତି
୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ପୂର୍ବସ୍ଥିତିକୁ ଫେରିଛନ୍ତି ଉଭୟ
ସୀମାରେ ଅସ୍ଥାୟୀ ଭିତ୍ତିଭୂମିକୁ ମଧ୍ୟ ଉଚ୍ଛେଦ କରିଛି ଚୀନ
ଦୀର୍ଘ ୪ ବର୍ଷ ପରେ ସୀମା ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ
ବୁଧବାର ଦୁଇ ଦେଶ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଛନ୍ତି