କନକ ବ୍ୟୁରୋ : ସୁଭଦ୍ରା ପାଇଁ ରାସ୍ତାରୋକ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦେହୁର୍ଦ୍ଦା ପୋଷ୍ଟ ଅଫିସ ସାମନାରେ। ସୁଭଦ୍ରା ପାଇଁ ଆଧାର ସଂଯୋଗରେ ଅତ୍ୟଧିକ ଭିଡ଼ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ ଲୋକେ ।ଏପରିକି ସାରା ରାତି ପୋଷ୍ଟ ଅଫିସ ପାଖରେ ରାତି ବି କାଟିବାକୁ ପଡ଼ିଥିଲା। ସକାଳୁ ସକାଳୁ ଲମ୍ବା ଲାଇନ ପରେ ବି ଅନେକଙ୍କୁ ସୁଯୋଗ ନ ମିଳିବାରୁ ମହିଳାମାନେ ରାସ୍ତା ଅବରୋଧ କରିଥିଲେ । ଜଳେଶ୍ବର- ଚନ୍ଦନେଶ୍ବର ରାଜ୍ୟ ରାଜପଥକୁ ଅବରୋଧ କରି ବସିଥିଲେ ମହିଳା। ତେବେ ପୁଲିସ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ।
ସୁଭଦ୍ରା ଯୋଜନା ପାଇଁ ଆଧାର ସଂଶୋଧନ କରିବାକୁ ମିଳିଲାନି ଟୋକନ । ୪ଦିନ ଲାଇନରେ ଛିଡା ହେବା ପରେ ଜଳେଶ୍ୱରରେ ମହିଳାଙ୍କ ରାସ୍ତାରୋକ୍
ସୁଭଦ୍ରା ପାଇଁ ଆଧାର ସଂଯୋଗରେ ଅତ୍ୟଧିକ ଭିଡ଼ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଠାରୁ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ ଲୋକେ ।ଏପରିକି ସାରା ରାତି ପୋଷ୍ଟ ଅଫିସ ପାଖରେ ରାତି ବି କାଟିବାକୁ ପଡ଼ିଥିଲା।
/kanak/media/media_files/7DaZOrR1Gh0Gwf9kUy30.jpg)