କନକ ବ୍ୟୁରୋ: ଲଗାତାର ପରାଜୟ ପରେ ପରାଜୟ ପରେ, ଏବେ ଆକ୍ସନ ମୋଡରେ ବିସିସିଆଇ । ଖାସ୍ କରି ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ହାରିବା ପରେ, ସିନିୟର ଖେଳାଳିଙ୍କୁ ଏକପ୍ରକାର ଓ୍ୱାର୍ଣ୍ଣିଂ ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । କୁହାଯାଉଛି ଆଗାମୀ ଅଷ୍ଟ୍ରେଲିଆ ସିରିଜରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ଯଦି ଟିମ୍ ଇଣ୍ଡିଆ ପରାଜୟ ବରଣ କରେ, ତେବେ ଦଳରୁ ବାହାରିବେ ୪ ସିନିୟର ଖେଳାଳି ।
ବିରାଟ କୋହଲି, ରୋହିତ ଶର୍ମା, ଆର ଅଶ୍ୱିନୀ ଆଉ ରବୀନ୍ଦ୍ର ଜାଡେଜା । ଏହି ୪ ଖେଳାଳିଙ୍କ ମୁଣ୍ଡ ଉପରେ ଏବେ ବିସିସିଆଇର ଖଣ୍ଡା ଝୁଲୁଛି । କାହିଁକି ନା, ବର୍ଷ ପରେ ବର୍ଷ ଧରି, ଯାହା ଘଟିନଥିଲା, ତାହା ଏବେ ଘଟିଛି । ସିନିୟର ଖେଳାଳି ଥାଉ ଥାଉ ଘରୋଇ ମାଟିରେ ଲଜ୍ଜ୍ୟାଜନକ ଟେଷ୍ଟ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଦଳରେ ସୁଯୋଗ ପାଇବାକୁ, ଭଲ ଭଲ ଖେଳାଳି ଅପେକ୍ଷା କରି ବସିଛନ୍ତି । ତେଣୁ ସିନିୟର ଖେଳାଳିଙ୍କୁ ନେଇ ଆଉ ଆଗକୁ ବଢିବାକୁ ଚାହୁଁନି ଟିମ୍ ମ୍ୟାନେଜମେଣ୍ଟ ।
୨୦୧୧ରେ ଯେତେବେଳେ ଭାରତ, ଇଂଲଣ୍ଡ ଆଉ ଅଷ୍ଟ୍ରେଲିଆ ବିରୋଧରେ କ୍ଲିନ୍ ସୁଇପ୍ ହେଇଥିଲା । ତା ପରେ ଟେଷ୍ଟକୁ ଅଲବିଦା କହିଥିଲେ ରାହୁଲ ଦ୍ରାବିଡ୍ ଆଉ ଭିଭିଏସ୍ ଲକ୍ଷ୍ମଣ । ଏହାର ଗୋଟିଏ ବର୍ଷ ପରେ, ସଚିନ ମଧ୍ୟ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ । ତେଣୁ ପୁଣିଥରେ ଯଦି ସେହି ସମାନ ସ୍ଥିତି ଉପୁଜେ ତେବେ ବଡ ଆକ୍ସନ ନେଇପାରେ ବିସିସିଆଇ । ସୂଚନା ମିଳୁଛି, ଟେଷ୍ଟରୁ ବିରାଟ କୋହଲି, ରୋହିତ ଶର୍ମା, ଆର ଅଶ୍ୱିନୀ ଆଉ ରବୀନ୍ଦ୍ ଜାଡେଜା ଭଳି ଖେଳାଳିଙ୍କୁ ହଟେଇ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ ।
ଭାରତ ଏବେ ଅଷ୍ଟ୍ରେଲିଆ ବିରୋଧରେ ବର୍ଡର – ଗାଭାସ୍କର ଟ୍ରଫି ଖେଳିବାକୁ ଯାଉଛି, ଯାହାକି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତ ଖେଳିବ କି ଖେଳିବନି, ତାହା ଧାର୍ୟ୍ୟ କରିବ । ତେବେ ଯଦି ଏହି ସିରିଜ୍ ଭାରତ ହାରିଯାଏ, ତେବେ ଗମ୍ଭୀରଙ୍କ ସହ ଏହି ୪ ଖେଳାଳି ଟେଷ୍ଟ ଖେଳିବା ପ୍ରାୟତଃ ବନ୍ଦ ହେଇପାରେ । ଦଳ ପାଖରେ ଅଶ୍ୱିନୀଙ୍କ ରିପ୍ଲେସ୍ ଖେଳାଳି ଭାବେ ଓ୍ୱାସିଂଟନ ସୁନ୍ଦର ଥିବାବେଳେ, ଜାଡେଜାଙ୍କ ରିପ୍ଲେସରେ ଅଛନ୍ତି ଅକ୍ଷର ପଟେଲ । ସେହିପରି ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ ଆଉ ଦେବଦତ୍ତ ପଡିକ୍କଲଙ୍କ ଭଳି ଖେଳାଳି ଟପ୍ ଅର୍ଡରରେ ରୋହିତ, ଆଉ ବିରାଟଙ୍କୁ ରିପ୍ଲେସ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/06/PRdiYEkpaR46jgfsK0eV.jpg)