କନକବ୍ୟୁରୋ: କାରଗିଲ ଯୁଦ୍ଧକୁ ନେଇ ପାକିସ୍ତାନ ସେନା ମୁଖ୍ୟଙ୍କ ଚାଞ୍ଚଲ୍ୟକର ବୟାନ । ଭାରତ ସହ ଯୁଦ୍ଧା କରିବାକୁ ଆତଙ୍କବାଦୀ ନୁହେଁ ବରଂ ପାକିସ୍ତାନୀ ସେନା ଯାଇଥିଲେ । ଫଳରେ ଯୁଦ୍ଧରେ ଦେଶର ଅସଂଖ୍ୟ ଯବାନକୁ ହରାଇବାକୁ ପଡିଥିଲା । ୧୯୯୯ରେ ଘଟିଥିଲା କାରଗିଲ ଯୁଦ୍ଧ । ପୂର୍ବରୁ ନିଜ ଦେଶର ସେନାର ସମ୍ପୃକ୍ତି ନଥିବା ଦାବି କରିଆସୁଥିଲା ପାକିସ୍ତାନ । ତେବେ ଏବେ ସ୍ବର ବଦଳାଇଛନ୍ତି ସେନାମୁଖ୍ୟ ଅସୀମ ମୁନର । ଏହାକୁ ନେଇ ପ୍ରଥମ ଥର ପାଇଁ ପାକିସ୍ତାନର କୌଣସି ଅଧିକାରୀ ମୁହଁ ଖୋଲିଛନ୍ତି ।

Advertisment

ମୁନିର କହିଛନ୍ତି, ଭାରତ ସହ ୧୯୪୮,୬୫,୭୧ ଓ ୧୯୯୯ ଯୁଦ୍ଧରେ ପାକିସ୍ତାନର ଅନେକ ଯବାନ ସହୀଦ ହୋଇଥିଲେ । ତେବେ ମୁନୀରଙ୍କ ଏହି ବୟାନକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ବିତର୍କ ଆରମ୍ଭ ହୋଇଯାଇଛି। କାରଗିଲ ଯୁଦ୍ଧ ୧୯୯୯ ମେ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା । ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ ।ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ୱୀକାର କରିଥିଲା ପାକିସ୍ତାନ।