କନକ ବ୍ୟୁରୋ : ଘଞ୍ଚ ଜଙ୍ଗଲରୁ ମିଳିଲା ଭାରତୀୟ ଯବାନଙ୍କ ମୃତଶରୀର । ଯବାନଙ୍କ ନାଁ ହିଲାଲ ଅହମଦ ଭଟ୍ଟ । ଗତକାଲି ଜମ୍ମୁ-କାଶ୍ମୀରରେ ଯବାନଙ୍କୁ ଅପହରଣ କରିଥିଲେ  ଆତଙ୍କବାଦୀ ।  ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କବାଦୀ । ଜଣେ ଆତଙ୍କବାଦୀ କୌଶଳକ୍ରମେ ଖସି ପଳାଇବାରେ ସଫଳ ହୋଇଥିବାବେଳେ ଅନ୍ୟଜଣଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ । ଯବାନଙ୍କୁ ଉଦ୍ଧାର କରିବା ପାଇଁ ସେନାର ସର୍ଚ୍ଚ ଅପରେସନ୍  ୨୪ଘଂଟା ଧରି ଚାଲିଥିଲା ।  ୨୦୨୦ରେ ସମାନ ଢଙ୍ଗରେ ଜଣେ ଟେରିଟୋରିଆଲ ଆର୍ମୀ ଯବାନଙ୍କୁ ଅପହରଣ କରି  ନେଇଥିଲେ ଆତଙ୍କୀ ।  ଘଟଣାର ୫ ଦିନ ପରେ ପରିବାର ଲୋକଙ୍କୁ ଯବାନଙ୍କ ପୋଷାକ ମିଳିଥିଲା । ଏକ ବର୍ଷ ପରେ ମିଳିଥିଲା ଉକ୍ତ ଯବାନଙ୍କ ମୃତଦେହ । ଏବେ ସେହିପରି ଭାବେ ଯବାନଙ୍କୁ ଉଠାଇ ନେଇଥିଲେ ଆତଙ୍କୀ । ଗତ କିଛି ଦିନ ହେବ ଆତଙ୍କୀ ନିପାତ ଅଭିଯାନ ଚଳାଇଛି ଭାରତୀୟ ସେନା । ଖୋଜି ଖୋଜି ଆତଙ୍କବାଦୀଙ୍କୁ କରାଯାଉଛି ଏନକାଉଣ୍ଟର । ୫ ଦିନ ତଳେ କୁପୱାଡା ଜିଲ୍ଲାରେ ସେନାର ସର୍ଚ୍ଚ ଅପରେସନ ବେଳେ ନିପାତ ହୋଇଥିଲେ ୨ ଆତଙ୍କବାଦୀ ।