କନକ ବ୍ୟୁରୋ : ୧୬ ବର୍ଷ ତଳର ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ, ରାଜ୍ୟ ରାଜନୀତିର ପଟ୍ଟ ପରିବର୍ତନ କରିଦେଇଥିଲା ।   କିନ୍ତୁ ଏହି ହତ୍ୟାକାଣ୍ଡ ତଦନ୍ତର ସ୍ବଛତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସିଛି ଭାରତୀୟ ଜନତା ପାର୍ଟି।  ସିବିଆଇ ତଦନ୍ତ ଦାବି କରି ବିଜେପି ଆନ୍ଦୋଳନ କରିବାସହ ତତ୍କାଳୀନ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିଛି।   ଆଉ ଏବେ ବିଜେପି ସରକାର ହେବାର ୮ ମାସ ପରେ ଏହି ଦାବି ପୁଣି ଉଠିଛି ।  ସତ୍ୟ ସନାତନ ସମାଜର ଯନ୍ତ୍ରୀ ଦେବାଶିଷ ହୋତାଙ୍କ ନେତୃତ୍ବରେ ୩୦ ଜିଲ୍ଲାରୁ ଦସ୍ତଖତ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।  ୧୯୯୯ ମସିହା ଗ୍ରାହମ୍‌ ଷ୍ଟେନ୍ସସ ହତ୍ୟାର ଷଡ୍‌ଯନ୍ତ୍ରକାରୀ ବୋଲି ଦାରା ସିଂ ୨୫ ବର୍ଷ ହେବ ଜେଲ୍‌ରେ ସଜ୍ଜା କାଟୁଥିବା ବେଳେ ୨୦୦୮ ମସିହା ଲକ୍ଷ୍ମଣାନନ୍ଦ ହତ୍ୟାର ଷଡ୍‌ଯନ୍ତ୍ରକାରୀ ବିଜେଡି ରାଜ୍ୟସଭା ସାଂସଦ କାହିଁକି ଖୋଲାରେ ବୁଲୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।  

Advertisment

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଘଟଣା ଉପରେ ପରଦା ହଟାଇବାକୁ ଓଡିଶାବାସୀଙ୍କୁ ପ୍ରତିଶୃତି ଦେଇଥିଲା ବିଜେପି ।  ସରକାରକୁ ଆସିଲେ ସିବିଆଇ ତଦନ୍ତ କରିବାକୁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ବିଜେପି ।  ତେବେ ବିଭିନ୍ନ ଆଡୁ ଦାବି ଆସୁଥିବାବେଳେ ମୋହନ ସରକାରଙ୍କ ପଦକ୍ଷେପ କଣ ରହିବ ତା ଉପରେ ନଜର ରହିଛି

୨୦୧୫ ମସିହାରେ ତତ୍କାଳୀନ ବିଜେଡି ସରକାର ହତ୍ୟାକାଣ୍ଡ ସମ୍ପର୍କରେ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦିଆଯାଇଥିଲା ।  ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ହୋଇଆସୁଛି...