କନକ ବ୍ୟୁରୋ : ଆଗାମୀ ୬ ଦିନ ପର୍ଯ୍ୟନ୍ତ କେରଳ ଓ ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଗତ ୨୦୦୧ ଓ ୨୦୦୯ରେ ମେ’ ୨୩ତାରିଖରେ କେରଳ ଛୁଇଁଥିଲା ମୌସୁମୀ । ପ୍ରାୟତଃ ଜୁନ୍‌ ୧ତାରିଖରେ କେରଳରେ ପହଞ୍ଚିଥାଏ ମୌସୁମୀ । ଏବେ ୧୬ ବର୍ଷରେ ପ୍ରଥମ ଥର ପାଇଁ ସଅଳ ଆସିଛି ମୌସୁମୀ। ଏପଟେ ଦେଶର ବିଭିନ୍ନ ରାଜ୍ୟର ବଦଳିଛି ପାଗ । 

Advertisment

 ଓଡ଼ିଶାରେ ବି ସଅଳ ପହଞ୍ଚିବ ମୌସୁମୀ । ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଜାରି ସହ ମୌସୁମୀ ଆସିବା ଲାଗି ପାଗ ଅନୁକୂଳ ହେଲାଣି । ତେବେ ବର୍ଷା ସ୍ବାଭାବିକ ହେଲେ ଚାଷ ସ୍ବାଭାବିକ ହେବ ଭଲ ଅମଳ ହେବ ବୋଲି ଆଶା ବାନ୍ଧିଛି ଚାଷୀ