କନକ ବ୍ୟୁରୋ : ଭାରତରେ କ୍ରିକେଟ ଏକ ପର୍ବ ବୋଲି କୁହାଯାଏ ,କାରଣ ପାନ ଦୋକାନରୁ ଅଫିସ ଯାଏ ସବୁଠି ପଡେ କ୍ରିକେଟର କଥା । କ୍ରିକେଟ ଅନେକ ଲୋକଙ୍କୁ ଖୁସି ଦେଇଥାଏ ,ମ୍ୟାଚ ପାଇଁ ଅନେକ ଲୋକ କାମ ମଧ୍ୟ ବନ୍ଦ କରିଦେଇଥାନ୍ତି । ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଯେତେବେଳେ ରଣଜୀ ମ୍ୟାଚ ଖେଳିବାକୁ ରାଜି ହୋଇଥିଲେ ଫ୍ୟାନ୍ସ ମାନେ ଖୁସି ଜାହିର କରିଥିଲେ ,ଆଜି ଦିଲ୍ଲୀରେ ଖେଳାଯାଉଥିଲା ଦିଲ୍ଲୀ ବନାମ ରେଲୱେ ମଧ୍ୟରେ ରଣଜୀ ମୁକାବିଲା ,ମ୍ୟାଚ ପାଇଁ ଯେତିକି କ୍ରେଜ ନାହିଁ ବିରାଟ କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିଥିଲା । ଭୋର ୫ଟାରୁ ଦର୍ଶକ ଷ୍ଟାଡିୟମରେ ପଂହଚି ଯାଇଥିଲେ ଆଉ ଲାଗିଥିଲା ୨କିଲୋମିଟର ପର୍ୟ୍ୟନ୍ତ ଲମ୍ବା ଲାଇନ । ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଆଉ ବ୍ୟାଟିଂ କରୁଛି ରେଲଓ୍ବେ ଦଳ । କୋହଲିଙ୍କ କ୍ରେଜ ଏତେ ବଢି ଯାଇଛି ଯେ ଷ୍ଟାଡିୟମ ବାହାରେ ଠେଲାପେଲା ପରିସ୍ଥିତି ଦେଖାଯାଇଛି । ଯେଉଁଥିରେ କିଛି ଫ୍ୟାନ ଆହତ ହୋଇଛନ୍ତି । ପରିସ୍ଥିତି ଏତେ ବିଗିଡି ଯାଇଛି ଯେ ଗାଡି ଭଙ୍ଗାରୁଜା ମଧ୍ୟ ହୋଇଛି ,ଏହି ଘଟଣାରେ ୩ ଜଣ ପ୍ରଶଂସକ ଆହତ ହୋଇଛନ୍ତି। ଭିଡକୁ ନିୟନ୍ତ୍ରଣ କରିବା ସମୟରେ ପୋଲିସକର୍ମୀ ବି ଆହତ ହୋଇଛନ୍ତି । 

Advertisment

 ସେପଟେ ମ୍ୟାଚ ଚାଲୁଥିଲା କୋହଲି ଫିଲଡିଂ କରୁଥିବା ସମୟରେ ହଠାତ ଜଣେ ଫ୍ୟାନ୍ ପଡିଆରେ ପ୍ରବେଶ କରି କୋହଲିଙ୍କୁ ମୁଣ୍ଡିଆ ମାରିଥିଲେ ।  ଅନ୍ୟପଟେ ଏହି ମ୍ୟାଚରେ ଲାଇଭ ଷ୍ଟ୍ରିମିଂ କରିଥିଲା ଜିଓ ସିନେମା ,ଏହା କେବଳ ସମ୍ଭବ କୋହଲିଙ୍କ ପାଇଁ ,କୋହଲି ମ୍ୟାଚ ଖେଳୁଛନ୍ତି ଅର୍ଥାତ ଷ୍ଟାଡିୟମରେ ଥିବା ଦର୍ଶକ ଏବଂ ଟିଭି ଦର୍ଶକ ମାନଙ୍କ ସଂଖ୍ୟା ବଢିବ ନିଶ୍ଚିତ ସେଥିପାଇଁ ଜିଓ ଏହି ମ୍ୟାଚକୁ ଲାଇଭ ପ୍ରସାରଣ କରିଥିଲା ।

ଆଜି ଦର୍ଶକ କୋହଲିଙ୍କ ଖେଳ ଦେଖିବାକୁ ପାଇନଥିଲେ କାଲି କୋହଲି ବ୍ୟାଟିଂ କରିବେ ଏବଂ ପୁଣି ଥରେ କାଲି ଗ୍ୟାଲେରି ଫୁଲ ରହିବ ।