ପାକିସ୍ତାନ ଠାରୁ ପ୍ରତିଶୋଧ ନେଲା ଆଫଗାନିସ୍ତାନ : ଆକ୍ରମଣରେ ୧୯ ଯବାନ ନିହତ

ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛି ପଡୋଶୀ ଆଫଗାନିସ୍ତାନ । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି  ତାଲିବାନ ସେନା ପଡ଼ୋଶୀ ପାକିସ୍ତାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି ।

AFGANISTAN

AFGANISTAN Photograph: (AFGANISTAN)

କନକବ୍ୟୁରୋ : ପାକିସ୍ତାନ ଉପରେ ପ୍ରତିଶୋଧ ନେଇଛି ପଡୋଶୀ ଆଫଗାନିସ୍ତାନ । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି  ତାଲିବାନ ସେନା ପଡ଼ୋଶୀ ପାକିସ୍ତାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି।

 ପାକିସ୍ତାନ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ର କିଛି ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ ପାକିସ୍ତାନର ନାମ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ କୁହାଯାଇଛି ଯେ ଏହି ଆକ୍ରମଣ "କାଳ୍ପନିକ ସୀମା ବାହାରେ" କରାଯାଇଥିଲା  ।

 ଦେଶର ଦକ୍ଷିଣ-ପୂର୍ବ ଦିଗରୁ ପ୍ରତିଶୋଧମୂଳକ ଆକ୍ରମଣରେ କାଳ୍ପନିକ ସୀମାରେଖା ବାହାରେ ଥିବା ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଛି। ବାସ୍ତବରେ ଆଫଗାନିସ୍ତାନ ଦୀର୍ଘ ଦଶନ୍ଧି ଧରି ଡୁରାଣ୍ଡ ରେଖା ନାମରେ ପରିଚିତ ସୀମାକୁ ପ୍ରତ୍ୟାଖ୍ୟାନ କରିଆସୁଛି । ଆକ୍ରମଣରେ ତାଲିବାନ କହିଛି ୧୯ଜଣ ପାକିସ୍ତାନ ସେନାଙ୍କ ମୃତ୍ୟୁ ହୋଇଛି ।

ପାକିସ୍ତାନ ଉପରେ ତାଲିବାନର ପ୍ରତିଶୋଧ 

ପାକିସ୍ତାନ ଓ ଆଫଗାନିସ୍ତାନର ସୀମାରେ ସଂଘର୍ଷ
ତାଲିବାନ ଆକ୍ରମଣରେ ୧୯ ପାକିସ୍ତାନ ସେନାଙ୍କ ମୃତ୍ୟୁ
୩ଜଣ ଆଫଗାନ୍ ନାଗରିକଙ୍କ ମୃତ୍ୟୁ
ପାକିସ୍ତାନ ନିଜ ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ତାଲିବାନକୁ ଦାୟୀ କରୁଛି

ତାଲିବାନ ସେନା ପାକିସ୍ତାନ ଭିତରେ ଥିବା ଅନେକ ଚେକ୍ ପୋଷ୍ଟକୁ ଟାର୍ଗେଟ କରିଛି
ସୂଚନାଅନୁସାରେ ୨ଟି ଚେକପୋଷ୍ଟକୁ ତାଲିବାନ ଅକ୍ତିଆର କରିଛି

ତାଲିବାନ ଏବେ ପାକିସ୍ତାନୀ ଅଞ୍ଚଳଦଖଲ କରିବାକୁ ପ୍ରସ୍ତୁତ ହେଉଛି
ତାଲିବାନ ମଧ୍ୟ ପାକିସ୍ତାନ ଭିତରେ ଥିବା ଅଞ୍ଚଳକୁ ଆଫଗାନିସ୍ତାନର ଅଂଶ ବୋଲି ବିବେଚନା କରୁଛି
ସୀମା ରେଖାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ସଂଘର୍ଷ ହୋଇଛି
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe