କନକବ୍ୟୁରୋ : ମଝି ରାତିରେ ଦୋହଲିଗଲା ଆଫଗାନିସ୍ତାନ ।   ଦକ୍ଷିଣ-ପୂର୍ବ ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଭୂମକମ୍ପ ଅନୁଭୂତ ହୋଇଛି ।  ରିକ୍ଡର ସ୍କେଲରେ ଭୂମିକମ୍ପର ତୀବ୍ରତା ୬ ଦଶମିକ ୩ ରହିଥିଲା ।  ଶକ୍ତିଶାଳୀ ଭୂମିକମ୍ପରେ ୯ ଜଣଙ୍କ ମୃତ୍ୟୁ, ୧୫ ଆହତ, ଉଦ୍ଧାରକାର୍ଯ୍ୟ ଜାରି ରହିଛି ।  ଜଲାଲବାଦରୁ ୨୭ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଦିଗରେଏହାର କେନ୍ଦ୍ର ସ୍ଥଳ ରହିଥିଲା ।  ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ,  ପାକିସ୍ତାନ ସହ ଦିଲ୍ଲୀ ଏନସିଆର ଓ ନୋଏଡାରେ ବି ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ବାରମ୍ବାର ଭୂକମ୍ପ ଅନୁଭୂତ ହେଉଛି। ଗତମାସରେ ମଧ୍ୟ ୨ ଥର ଭୂକମ୍ପ ହୋଇଥିଲା ।