ଇବ୍ରାହିମ୍‌ ଜଦ୍ରାନ୍‌ ଆଫଗାନିସ୍ତାନ ଟ୍ବେଣ୍ଟି-୨୦ ଦଳର ନୂଆ ଅଧିନାୟକ

Advertisment

ଆଫଗାନିସ୍ତାନର ଓପନିଂ ବ୍ୟାଟର୍‌ ଇବ୍ରାହିମ୍‌ ଜଦ୍ରାନ୍‌ ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ରସିଦ୍‌ ଖାଁଙ୍କ ନେତୃତ୍ବରେ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେମିଫାଇନାଲ ଖେଳି ଉଲ୍ଲେଖନୀୟ ସଫଳତା ପାଇଥିବା ଆଫଗାନିସ୍ତାନ ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପୂର୍ବ ସଫଳତା ଦୋହରାଇ ପାରିନଥିଲା ଓ ଲିଗ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା ।  

Afg New Captain

କନକ ବ୍ୟୁରୋ: ଚଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖରାପ ପ୍ରଦର୍ଶନ ପରେ ଆଫଗାନିସ୍ତାନ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦରୁ ରସିଦ୍‌ ଖାଁଙ୍କୁ ବିଦା କରାଯାଇଛି  । ତାଙ୍କ ସ୍ଥାନରେ ଓପନିଂ ବ୍ୟାଟର୍‌ ଇବ୍ରାହିମ୍‌ ଜଦ୍ରାନ୍‌ ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ରସିଦ୍‌ ଖାଁଙ୍କ ନେତୃତ୍ବରେ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେମିଫାଇନାଲ ଖେଳି ଉଲ୍ଲେଖନୀୟ ସଫଳତା ପାଇଥିବା ଆଫଗାନିସ୍ତାନ ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପୂର୍ବ ସଫଳତା ଦୋହରାଇ ପାରିନଥିଲା ଓ ଲିଗ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା ।

ଏହା ବି ପଢ଼ନ୍ତୁ: ୫ ଦିନ ଫସିରହିବା ପରେ ଫେରିଲା ଓ୍ବେଷ୍ଟ୍‌ଇଣ୍ଡିଜ୍‌ ଦଳ

ଏହା ପରେ ଆଫଗାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ ରସିଦଙ୍କ ବଦଳରେ ଉପ-ଅଧିନାୟକ ଇବ୍ରାହିମଙ୍କୁ ଦଳର ନେତୃତ୍ବ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଇବ୍ରାହିମ୍‌ ଦୁଇଟି ଅର୍ଦ୍ଧଶତକ ସହ ମୋଟ ୧୭୦ ରନ୍‌ କରିଥିଲେ । ଏହା ମଧ୍ୟରେ କାନାଡା ବିରୋଧରେ ୯୫ ରନ୍‌ର ପା​ଳି ଅନ୍ତର୍ଭୁକ୍ତ । ଆଫଗାନ୍‌ ଦଳର ଚୟନକର୍ତ୍ତା ଅହମ୍ମଦ ଶାହ ସୁଲିମାନଙ୍କିଲ୍‌ କହିଛନ୍ତି ଯେ ରସିଦଙ୍କ ନେତତ୍ବରେ ଦଳ ଉଲ୍ଲେଖନୀୟ ସଫଳତା ପାଇଥିଲା, ଯାହା ମଧ୍ୟରେ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେମିଫାଇନାଲ୍‌ ଖେଳିବା ଅନ୍ତର୍ଭୁକ୍ତ । କିନ୍ତୁ ଦଳର ଭବିଷ୍ୟତ ଯୋଜନା ଓ ରଣନୀତିକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe