କ୍ରୁର ତାଲିବାନୀଙ୍କ ନିଷ୍ଠୁର ଶାସନ, ଆଫଗାନିସ୍ତାନରେ ମୋବାଇଲ ନେଟୱର୍କ ସହ ଇଣ୍ଟରନେଟ୍ ବନ୍ଦ

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏଭଳି ନିର୍ଦ୍ଦେଶ ପରେ ମୋବାଇଲ ସହ ସାଟେଲାଇଟ୍ ଟିଭି ମଧ୍ୟ ପ୍ରଭାବିତ ହୋଇଛି । ତାଲିବାନ ସରକାର କହିଛନ୍ତି କି, ଆଗାମୀ ଆଦେଶ ପର୍ଯ୍ୟନ୍ତ ମୋବାଇଲ ଓ ଇଣ୍ଟରନେଟ୍ ନେଟୱର୍କ ବନ୍ଦ ରହିବ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଇଣ୍ଟରନେଟ୍ ଓ ମୋବାଇଲ ନେଟୱର୍କ ବନ୍ଦ ହେବା ପରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ମଧ୍ୟ । ଏହାସହ କିଛି ବିମାନ ଚଳାଚଳ ବନ୍ଦ କରାଯାଇଛି । 

5

କନକ ବ୍ୟୁରୋ : ଆଫଗାନିସ୍ତାନରେ ସମୋବାର ଠାରୁ ଇଣ୍ଟରନେଟ୍ ଓ ମୋବାଇଲ ନେଟୱର୍କ ବନ୍ଦ କରାଯାଇଛି । ତାଲିବାନ ସରକାରଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କାବୁଲ, ଅରୁଜଗାନ, ମଜାର-ଏ-ସରିଫ ଓ ହେରାତ ସତେ ଅନେକ ସହରରେ ଫାଇବର ଅପଟିକ୍ସ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । 

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏଭଳି ନିର୍ଦ୍ଦେଶ ପରେ ମୋବାଇଲ ସହ ସାଟେଲାଇଟ୍ ଟିଭି ମଧ୍ୟ ପ୍ରଭାବିତ ହୋଇଛି । ତାଲିବାନ ସରକାର କହିଛନ୍ତି କି, ଆଗାମୀ ଆଦେଶ ପର୍ଯ୍ୟନ୍ତ ମୋବାଇଲ ଓ ଇଣ୍ଟରନେଟ୍ ନେଟୱର୍କ ବନ୍ଦ ରହିବ । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଇଣ୍ଟରନେଟ୍ ଓ ମୋବାଇଲ ନେଟୱର୍କ ବନ୍ଦ ହେବା ପରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି ମଧ୍ୟ । ଏହାସହ କିଛି ବିମାନ ଚଳାଚଳ ବନ୍ଦ କରାଯାଇଛି । 

ଏହା ପୂର୍ବରୁ କନ୍ଧାର, ବଲ୍ଖ, ଅରୁଜଗାନ ଓ ନିମରୋଜରେ ବି ଫାଇବର ଅପ୍ଟିକ୍ସ ନେଟୱର୍କ ବନ୍ଦ କରାଯାଇଥିଲା । ହେଲେ ଏବେ ପୂରା ଦେଶରେ ଇଣ୍ଟରନେଟ୍ ଓ ମୋବାଇଲ ନେଟୱର୍କ ବନ୍ଦ କରିଦିଆଯାଇଛି । ଏହା ଫଳରେ ଆଫଗାନିସ୍ତାନରେ ବ୍ୟବସାୟ ଉପରେ ବାଧା ପହଂଚବା ସହ ପରସ୍ପର ମଧ୍ୟରେ ଯୋଗାଯୋଗ ମଧ୍ୟ ଠପ୍ ହୋଇଯାଇଛି । ତାଲିବାନ ସରକାର ଆଫଗାନିସ୍ତାନ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର କୌଣସି କାରଣ ଦର୍ଶାଇନାହିଁ । ହେଲେ ଆଲୋଚନା ହେଉଛି କି, ଆଫଗାନିସ୍ତାନରେ ଅନୈତିକ କାର୍ଯ୍ୟ ବନ୍ଦ କରିବାକୁ ତାଲିବାନ ଏଭଳି ନିଷ୍ପତ୍ତି ନେଇଛି । 

କେବଳ ଇଣ୍ଟରନେଟ୍ ନୁହେଁ, ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିବା ପରେ ବାଳିକାମାନଙ୍କୁ ସ୍କୁଲ ଯିବା ହେଉ କି ବିଶ୍ୱବିଦ୍ୟାଳୟ ଯିବା ଉପରେ ପ୍ରତିବନ୍ଧକ ଜାରି ରହିଛି । ବାଳିକାମାନେ ଘରେ ରହି ଅନଲାଇନ୍ କ୍ଲାସ କରୁଥିଲେ । ହେଲେ ଏବେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବନ୍ଦ ହେବା ପରେ ତାହା ମଧ୍ୟ ବନ୍ଦ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe