ପୁଣି ଦୋହଲିଲା ଆଫଗାନିସ୍ତାନ : ୨୨ଶହରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ

ଥରିଲା ଆଫଗାନିସ୍ତାନ। ପୁଣି ହେଲା ଭୂମିକମ୍ପ । ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସ ମୁତାବକ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।

afganistan

Photograph: (kanaknews)

କନକବ୍ୟୁରୋ : ଥରିଲା ଆଫଗାନିସ୍ତାନ। ପୁଣି ହେଲା ଭୂମିକମ୍ପ । ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍‌ ଜିୟୋସାଇନ୍ସ ମୁତାବକ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଲଗାତାର ଭୂମିକମ୍ପ ହେଉଛି। ଏବେ ସୁଦ୍ଧା ଭୂମିକମ୍ପ ପାଇଁ ୨୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୩୬୦୦ ଲୋକ ଗୁରୁତର ଆହତ ହୋଇଛନ୍ତି ।  ଭାଙ୍ଗିଯାଇଛି ଘର ଦ୍ବାର, ଧ୍ବଂସସ୍ତୁପରେ ପରିଣତ ହୋଇଛି ଅଧା ଆଫଗାନିସ୍ତାନ। ପୂର୍ବରୁ ଆସିଥିବା ଭୂମିକମ୍ପରେ କୁନାର ଓ ନାଙ୍ଗରହାର ପ୍ରାନ୍ତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାରମ୍ବାର ଭୂମିକମ୍ପ ହେବା ଦ୍ବାରା ହଜାର ହଜାର ଲୋକ ବାସହୀନ ହୋଇଥିବା ବେଳେ ଔଷଧର ଘୋର ସଙ୍କଟ ଦେଖାଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe