କନକବ୍ୟୁରୋ : ଥରିଲା ଆଫଗାନିସ୍ତାନ। ପୁଣି ହେଲା ଭୂମିକମ୍ପ । ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସ ମୁତାବକ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଲଗାତାର ଭୂମିକମ୍ପ ହେଉଛି। ଏବେ ସୁଦ୍ଧା ଭୂମିକମ୍ପ ପାଇଁ ୨୨୦୦ ଲୋକ ପ୍ରାଣ ହରାଇଥିବା ବେଳେ ୩୬୦୦ ଲୋକ ଗୁରୁତର ଆହତ ହୋଇଛନ୍ତି । ଭାଙ୍ଗିଯାଇଛି ଘର ଦ୍ବାର, ଧ୍ବଂସସ୍ତୁପରେ ପରିଣତ ହୋଇଛି ଅଧା ଆଫଗାନିସ୍ତାନ। ପୂର୍ବରୁ ଆସିଥିବା ଭୂମିକମ୍ପରେ କୁନାର ଓ ନାଙ୍ଗରହାର ପ୍ରାନ୍ତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ବାରମ୍ବାର ଭୂମିକମ୍ପ ହେବା ଦ୍ବାରା ହଜାର ହଜାର ଲୋକ ବାସହୀନ ହୋଇଥିବା ବେଳେ ଔଷଧର ଘୋର ସଙ୍କଟ ଦେଖାଦେଇଛି।
ପୁଣି ଦୋହଲିଲା ଆଫଗାନିସ୍ତାନ : ୨୨ଶହରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ
ଥରିଲା ଆଫଗାନିସ୍ତାନ। ପୁଣି ହେଲା ଭୂମିକମ୍ପ । ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସ ମୁତାବକ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।
/kanak/media/media_files/2025/09/05/afganistan-2025-09-05-15-11-04.jpg)