କନକ ବ୍ୟୁରୋ: ତାଲିବାନ ବିଦେଶ ମନ୍ତ୍ରୀ ଅମିର ଖାନ୍ ମୁତ୍ତାକୀଙ୍କ ଭାରତ ଗସ୍ତ । ତାଲିବାନ ସରକାରର ପ୍ରଥମ ମନ୍ତ୍ରୀସ୍ତରୀୟ ଗସ୍ତ   । ଆଫଗାନିସ୍ତାନର ବିଦେଶ ମନ୍ତ୍ରୀ ଅମିର ଖାନ୍ ମୁତ୍ତାକୀ ଆଜି ଭାରତରେ ପହଞ୍ଚିଛନ୍ତି। ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଅନୁରୋଧରେ ଏହି ଗସ୍ତ କରିଛନ୍ତି ମୁତ୍ତାକୀ  । ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଏହି ଗସ୍ତର ଲକ୍ଷ୍ୟ ବୋଲି କୁହାଯାଉଛି । ଆଫଗାନ୍ ବିଦେଶ ମନ୍ତ୍ରୀ ଆସନ୍ତା ୧୬ ଅକ୍ଟୋବର ଯାଏଁ ଭାରତରେ ରହିବେ  । ଏହି ସମୟରେ ଭାରତ-ଅଫଗାନିସ୍ତାନ ସମ୍ପର୍କକୁ ସୁଦୃଢ଼ କରିବା ଓ ଆଞ୍ଚଳିକ ସମସ୍ୟା ସମାଧାନ ଉପରେ ଆଲୋଚନା ହେବ ।  ଭାରତ ଏପର୍ଯ୍ୟନ୍ତ ତାଲିବାନକୁ ସାଧାରଣ ଭାବରେ ସ୍ୱୀକୃତି ଦେଇନାହିଁ, କିନ୍ତୁ ବ୍ୟାବହାରିକ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ ଜାରି ରହିଛି । 

Advertisment