ମାଥିଲି ବଣ୍ତାଘାଟିର ଲଣ୍ତା ପାହାଡରେ ବନୀକରଣ ଦୁର୍ନୀତି: ଗଛ ଲଗାଇବା ଆଳରେ ମହାଘୋଟାଲା

Advertisment

ବଣ୍ତାଘାଟିର ଲଣ୍ତା ପାହାଡରେ ବନୀକରଣ ଦୁର୍ନୀତି। ସବୁଜ ବନାମୀ ସୃଷ୍ଟି କରିବା ନାଁରେ ମହା ଘୋଟାଲା। ନାମକୁ ମାତ୍ର ଚାରାରୋପଣ ହେଲା। ସରକାର ତହବିଲରୁ ସରିଲା ଲକ୍ଷାଧିକ ଟଙ୍କା। ପରବର୍ତ୍ତୀ ସମୟରେ ପାହାଡରୁ ଉଭାନ୍ ହୋଇଗଲା ଚାରା।

ବଣ୍ତାଘାଟିର ଲଣ୍ତା ପାହାଡରେ ବନୀକରଣ ଦୁର୍ନୀତି। ସବୁଜ ବନାମୀ ସୃଷ୍ଟି କରିବା ନାଁରେ ମହା ଘୋଟାଲା। ନାମକୁ ମାତ୍ର ଚାରାରୋପଣ ହେଲା। ସରକାର ତହବିଲରୁ ସରିଲା ଲକ୍ଷାଧିକ ଟଙ୍କା। ପରବର୍ତ୍ତୀ ସମୟରେ ପାହାଡରୁ ଉଭାନ୍ ହୋଇଗଲା ଚାରା।

tree

Photograph: (kanak news)

କନକ ବ୍ୟୁରୋ: ବଣ୍ତାଘାଟିର ଲଣ୍ତା ପାହାଡରେ ବନୀକରଣ ଦୁର୍ନୀତି। ସବୁଜ ବନାମୀ ସୃଷ୍ଟି କରିବା ନାଁରେ ମହା ଘୋଟାଲା। ନାମକୁ ମାତ୍ର ଚାରାରୋପଣ ହେଲା। ସରକାର ତହବିଲରୁ ସରିଲା ଲକ୍ଷାଧିକ ଟଙ୍କା। ପରବର୍ତ୍ତୀ ସମୟରେ ପାହାଡରୁ ଉଭାନ୍ ହୋଇଗଲା ଚାରା। ଦୁର୍ଗମ ପାହାଡରେ ବୃକ୍ଷରୋପଣ ଯୋଜନା ଫେଲ ହେବା ପରେ ସଫେଇ ରଖିଛି ବନ ବିଭାଗ। ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିରେ କେମିତି ହୁଏ ଗଛ ଉଭାନ୍ ଟଙ୍କା ଗାଏବ ।

ପୋଡୁ ଚାଷ ନାଁରେ ଲଣ୍ତା ହୋଇଛି ବଣ୍ତା ପାହାଡ଼। ଆଉ ଲେହି ପାହାଡ଼ରେ ବନୀକରଣ ଆଳରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି। ଖଇରପୁଟ ବ୍ଲକ ଅନ୍ତର୍ଗତ ରାଉଲିଗୁଡ଼ା ପାହାଡ଼ର ଘଟଣା ଦେଖିଲେ ଦୁର୍ନୀତି ଜଳଜଳ ହୋଇ ଦେଖାଯାଉଛି। ଲଣ୍ଡା ପାହାଡ଼କୁ ସବୁଜ ବଳୟରେ ପରିଣତ କରିବା ପାଇଁ ବନବିଭାଗ ପକ୍ଷରୁ ୧୦ ହେକ୍ଟର ପାହାଡ଼ି ଅଂଚଳରେ ଚାରା ରୋପଣ ହୋଇଛି। ୧୬ ହଜାର ଗଛ ଲଗାଯାଇଥିବା ଦର୍ଶାଯାଇଛି। କିନ୍ତୁ ପ୍ରକୃତ କଥା ସଂପୂର୍ଣ୍ଣ ଅଲାଗା। ଘାଟିର ଦୁର୍ଗମ ରାଉଲିଗୁଡା ଲଣ୍ତା ପାହାଡ଼ରେ କାଁ ଭାଁ ଛୋଟିଆ ଛୋଟିଆ ଗଛ ଦେଖାଯାଉଛି। ରକ୍ଷଣାବେକ୍ଷଣା ଅଭାବରୁ ସେଗୁଡ଼ିକ ମଧ୍ୟ ବଞ୍ଚିବାର ସମ୍ଭାବନାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

୨୦୨୪-୨୫ରେ ଲଣ୍ତା ପାହାଡ଼ ବନୀକରଣ ନାଁରେ ଆଇ.ଜି.ସି ଯୋଜନାରେ ପ୍ରକଳ୍ପ ମଞ୍ଜୁର ହେଲା। ୨୫ ଏକର ଅଞ୍ଚଳରେ ବୃକ୍ଷରୋପଣ ପାଇଁ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଥିଲା। ବନବିଭାଗ ପକ୍ଷରୁ ବର୍ଷାଦିନେ ନାଁକୁ ମାତ୍ର କିଛି ଚାରା ରୋପଣ ହୋଇଛି। ଆବଶ୍ୟକୀୟ ଗଛ ପାହାଡ଼ରେ ଦେଖାଯାଉନାହିଁ । ପାହାଡ଼ ବୋଲି ଗଛ ବଞ୍ଚୁନଥିବା ବନ ବିଭାଗ ସ୍ପଷ୍ଟୀକରଣ ରଖିଛି। କିନ୍ତୁ କନକ ନ୍ୟୁଜ୍ କ୍ୟାମେରା ସମ୍ମୁଖରେ ଏନେଇ ମୁହଁ ଖୋଲିବାକୁ ନାରାଜ୍ ବିଭାଗୀୟ ଅଧିକାରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe