କନକ ବ୍ୟୁରୋ : ପୁରୀ କଣାସରେ ଚାରାରୋପଣ ନାଁରେ ହୋଇଛି ବଡ଼ ଦୁର୍ନୀତି । ଚାରା ରୋପଣ ନାଁରେ ଉଠିଛି ଲକ୍ଷଲକ୍ଷ ଟଙ୍କା । ରୂଖାରୁ କଲ୍ୟାଣପୁର ପର୍ୟ୍ୟନ୍ତ ପ୍ରାୟ ୫ କିଲୋମିଟର ଏବଂ ଅଣ୍ଡାଳସିଂ ଛକରୁ ବାଁଗୋରଡା ଯାଏଁ ୪ କିଲୋମିଟର ରାସ୍ତାର ଉଭୟ ପଟେ ଗଛ ଲଗାଯାଇଥିବା ଫଳକରେ ଦର୍ଶାଯାଇଛି । ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା କହୁଛି । ଅନାବନା ଗଛକୁ ଛାଡ଼ି ଦେଲେ ଚାରା ରୋପଣର ନାଁ ଗନ୍ଧ ନାହିଁ ! ଫଳକରେ ଖର୍ଚ୍ଚ ପରିମାଣ ନଲେଖି ଟଙ୍କା ହଡ଼ପ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ମନରେଗା କାମ କରୁଛି ଠିକା ସଂସ୍ଥା! ଭିଜିଲାନ୍ସ ତଦନ୍ତ ଦାବି କଲେ ବିଧାୟକ । ମନରେଗା ଯୋଜନାରେ ଚାରା ରୋପଣ ପାଇଁ ଆସିଥିଲା ଟଙ୍କା । କିନ୍ତୁ ଘରୋଇ ଠିକା ସଂସ୍ଥା ଦ୍ୱାରା କାମ କରି ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଦୁର୍ନୀତିର ଗୁମର ଖୋଲିଛି । ବୃକ୍ଷ ରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୯୧ ହଜାର ଟଙ୍କା । କିନ୍ତୁ ରାସ୍ତାକଡ଼ରେ ଗଛ ନାହିଁ । ଯେଉଁଠି କାଁ ଭାଁ ଗଛ ଲାଗିଛି, ରକ୍ଷଣାବେକ୍ଷଣ ଅଭାବରୁ ତାହା ମରିବାକୁ ବସିଲାଣି । ପାଣି ଦେବା ତ ଦୂରର କଥା ୮ ମାସ ହେବ ଠିକା ସଂସ୍ଥା କର୍ମଚାରୀଙ୍କ ଦେଖାନଥିବା କହିଛନ୍ତି ଅଞ୍ଚଳବାସୀ । ତେବେ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ।
ମନରେଗା ଯୋଜନାରେ ଲୋକଙ୍କୁ ମିଳୁନି କାମ । ଠିକା ସଂସ୍ଥାକୁ ଦାୟିତ୍ୱ ଦେଇ କରାଯାଉଛି ଟଙ୍କା ହଡ଼ପ । ଭିଜିଲାନ୍ସ ତଦନ୍ତ ହେଲେ ଦୁର୍ନୀତି ଉପରୁ ହଟିବ ପରଦା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/Ga1X19uTPnQB7Blkk2aw.jpg)