ଭରତପୁର ଥାନା ବିବାଦରେ ନ୍ୟାୟିକ ତଦନ୍ତ ଆରମ୍ଭ ;  ୨୧ ଦିନ ମଧ୍ୟରେ ଦାଖଲ ହେବ ସତ୍ୟପାଠ ।

ଭରତପୁର ଥାନା ବିବାଦରେ ନ୍ୟାୟିକ ତଦନ୍ତ ଆରମ୍ଭ । ଆଜିଠୁ ୨୧ ଦିନ ଦାଖଲ ହେବ ସତ୍ୟପାଠ । ସେପଟେ ଗୁଜୁରାଟ ଗାନ୍ଧୀନଗରରେ ୫ ପୋଲିସ କର୍ମଚାରୀଙ୍କ ମିଛ ଧରା ପରୀକ୍ଷା  । ଗିରଫଦାରୀ ଏଡାଇବାକୁ ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ  ।

bharatpur+++

କନକ ବ୍ୟୁରୋ: ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଆଜିଠୁ କୋର୍ଟରେ ସତ୍ୟପାଠ ଗ୍ରହଣ କରାଯିବ । ୨୧ ଦିନ ଭିତରେ ସତ୍ୟପାଠ ଦାଖଲ କରିପାରିବେ ପକ୍ଷ ଓ ପ୍ରତିପକ୍ଷ  । ସମସ୍ତ ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରିବେ କମିଶନ୍‌  । ଏହାପରେ ସାକ୍ଷ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ  । 

ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ଘଟଣା ସମ୍ପର୍କରେ ଯିଏ ଚାହିଁବେ ସିଏ ସତ୍ୟପାଠ ଦାଖଲ କରିପାରିବେ । ସମସ୍ତ କାମ ସରିବା ପରେ କମିଶନ ତାଙ୍କ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବେ । ଅନ୍ୟପଟେ ଭରତପୁର ଥାନାର ନିଲମ୍ବିତ ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା କରାଉଛି ପୋଲିସ । ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍ ଫରେନ୍ସିକ ଲାବୋରାଟୋରୀରେ ମିଛଧରା ପରୀକ୍ଷା କରାଯାଉଛି । ତେବେ ଗିରଫଦାରୀ ଏଡ଼ାଇବାକୁ ସମସ୍ତ ୫ ନିଲମ୍ୱିତ ପୋଲିସ ଅଧିକାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe