କନକ ବ୍ୟୁରୋ: ଟେନିସରୁ ଆଉ ଏକ ଯୁଗର ଅନ୍ତ ହୋଇଛି । ୨୨ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ରାଫେଲ ନାଡାଲ ଗୁରୁବାର ଏକ ଭିଡିଓ ମାଧ୍ୟମରେ ଅବସର ଘୋଷଣା କରିଛନ୍ତି । ଚଳିତ ସିଜିନ୍ ତାଙ୍କର ଶେଷ ସିଜିନ୍ ହେବ । ନାଡାଲ କହିଛନ୍ତି ଯେ, ଚଳିତ ବର୍ଷ ହେବାକୁ ଥିବା ଡେଭିସ କପ୍ ଫାଇନାଲରେ ଖେଳିବେ । ଏହି ଟୁର୍ନାମେଣ୍ଟରେ ସେ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବେ । ଏଥର ଡେଭିସ କପ୍ ଫାଇନାଲ ସ୍ପେନର ମେଲାଗାରେ ହେବାକୁ ଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ନାଡାଲ ଏକ ପୋଷ୍ଟ ସେୟାର କରି ଅବସର ଘୋଷଣା କରିଛନ୍ତି ।
ଟେନିସ୍ ଦୁନିଆରେ ଏକ ଯୁଗର ଅବସାନ । ଅବସର ନେଲେ ଟେନିସ ତାରକା ରାଫେଲ ନାଡାଲ
ଚଳିତ ସିଜିନ୍ ତାଙ୍କର ଶେଷ ସିଜିନ୍ ହେବ । ନାଡାଲ କହିଛନ୍ତି ଯେ, ଚଳିତ ବର୍ଷ ହେବାକୁ ଥିବା ଡେଭିସ କପ୍ ଫାଇନାଲରେ ଖେଳିବେ । ଏହି ଟୁର୍ନାମେଣ୍ଟରେ ସେ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରିବେ । ଏଥର ଡେଭିସ କପ୍ ଫାଇନାଲ ସ୍ପେନର ମେଲାଗାରେ ହେବାକୁ ଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ନାଡାଲ ଏକ ପୋଷ୍ଟ ସେୟାର କରି ଅବସର ଘୋଷଣା କରିଛନ୍ତି ।