କନକ ବ୍ୟୁରୋ : ମହାନଦୀକୁ ନେଇ ସୃଷ୍ଟି କରାଯାଇଥିଲା କୃତ୍ରିମ ବିବାଦ । ଦାମୀ ଓକିଲ ପୋଷିବାକୁ ହୋଇଥିଲା ଯୋଜନା । ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମହାନଦୀ ପାଣିକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ପ୍ରୟାସ ହେଉଛି । ମହାନଦୀ ପାଣିକୁ ନେଇ ବର୍ଷ ବର୍ଷ ଧରି ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । କେତେବେଳେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରୁଛି ତ କେତେବେଳେ ପାଣି ଛାଡ଼ୁନାହିଁ । ଏହି ମାମଲାର ସମାଧାନ ପାଇଁ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ମାଝୀଙ୍କ ସରକାର । ମେଡିଏସନ ଲ’ ବା ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମକଦ୍ଦମାକୁ ସମାଧାନ କନସେପ୍ଟ ନେଇ ଆଗକୁ ବଢିବାକୁ ଯୋଜନା କରାଯାଉଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/25/38-2025-09-25-18-06-41.jpg)