କନକ ବ୍ୟୁରୋ: ରାଜ୍ୟ ସରକାର ଆଉ ୪ ସୂଚନା କମିସନର ପଦବୀ ପାଇଁ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ୱର ୨୪ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ପ୍ରାର୍ଥୀଙ୍କୁ ସର୍ବାଧିକ ୫ ବର୍ଷ କିମ୍ୱା ୬୫ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ । ରାଜ୍ୟ ମୁଖ୍ୟ ସୂଚନା କମିସନର ଭଳି ସୂଚନା କମିସନରମାନଙ୍କୁ ମଧ୍ୟ ଦରମା, ଭତ୍ତା ଆଦିର ସୁବିଧା ପାଇବେ । ରାଜ୍ୟ ସୂଚନା କମିସନ ଅଧ୍ୟକ୍ଷ ଜଳଦ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଗତ ୪ ତାରିଖରେ ଶେଷ ହୋଇଛି । ରାଜ୍ୟ ସରକାର ଅଧ୍ୟକ୍ଷ ପଦବୀ ପାଇଁ ଗତମାସ ୩ ତାରିଖରେ ବିଜ୍ଞାପନ ଜାରି କରିବା ସହ ଚଳିତ ମାସ ୨ ତାରିଖ ସୁଦ୍ଧା ଆବେଦନ କରିବା ଲାଗି କୁହାଯାଇଥିଲା । ଅନ୍ୟପଟେ ରାଜ୍ୟ ସୂଚନା କମିସନ କାର୍ଯ୍ୟାଳୟରେ ଏବେ ୨ ଜଣ କମିସନର କାର୍ଯ୍ୟ କରୁଛନ୍ତି ।