କନକ ବ୍ୟୁରୋ: ଏବେ ମାର୍କେଟରେ ମିଳୁଛି ନକଲି କଫି , ଯେଉଁଥିରେ ତେନ୍ତୁଳି, ଖଜୁରି ମଞ୍ଜି ସହ ପୋଡ଼ା ଚିନି ଓ ଷ୍ଟାର୍ଚ୍ଚ ଭଳି ହାନିକାରକ ଉପାଦାନ ମିଶାଯାଉଛି । ଏଭଳି ନକଲି କଫି ଶରୀର ପାଇଁ କ୍ଷତିକାରକ ହୋଇପାରେ ।

Advertisment

ଫୁଡ୍ ଆଣ୍ଡ୍ ହେଲ୍ଥ ଏକ୍ସପର୍ଟସଙ୍କ କହିବା ଅନୁସାରେ, ଭେଜାଲ କଫି ଅସଲି କଫି ଭଳି ପୋଷଣ ଦେବନାହିଁ ।ଏଥିରେ ମିଶା ଯାଉଥିବା ନକଲି ଉପାଦନ ଅନେକ ପ୍ରକାର ଶାରୀରିକ ସମସ୍ୟାକୁ ନିମନ୍ତ୍ରଣ କରିପାରେ । ଏଭଳି ନକଲି କଫି ଅଜାଣତରେ ପିଉଥିଲେ ପେଟ ସମସ୍ୟା ବି ହୋଇପାରେ । ହଜମ ଶକ୍ତି ଉପରେ ପ୍ରଭାବ ପଡ଼ିପାରେ । ଏପରିକି ଲିଭର୍ ଓ କିଡନି ବି ପ୍ରଭାବିତ ହୋଇପାରେ । 

ଅସଲି ନକଲି ଚିହ୍ନିବେ କିପରି?
ଏବେ କଥା ହେଉଛି ବଜାରରେ ମିଳୁଥିବା କଫି ଅସଲି କି ନକଲି ଚିହ୍ନିବେ କିପରି । ଆପଣ ଏହା ଘରେ ଟେଷ୍ଟ କରିପାରିବେ । ଏକ କାଚ ଗ୍ଲାସରେ ପାଣି ନିଅନ୍ତୁ, ସେଥିରେ ଗୋଟେ ଚାମଚ କଫି ପାଉଡର ପକାନ୍ତୁ । ଏହାକୁ ହଲାନ୍ତୁ ନାହିଁ, ସ୍ଥିର ଛାଡ଼ିଦିଅନ୍ତୁ । ଯଦି କଫି ପାଉଡର ଉପରେ ଭାସେ ତାହେଲେ ଜାଣନ୍ତୁ ଏହା ଅସଲି , ଯଦି ପାଉଡର ଶୀଘ୍ର ପାଣି ବୁଡ଼ି ଯାଉଛି ଏବଂ ଉପରେ ରଙ୍ଗ ଛାଡୁଛି ତେବେ ଜାଣନ୍ତୁ ଏହା ନକଲି କଫି ।