କନକବ୍ୟୁରୋ : ଆଡପ ମଣ୍ଡପରେ ମହାପ୍ରଭୁ ।  ରତ୍ନବେଦୀ  ଛାଡ଼ି ଜନ୍ମବେଦୀରେ ଅବତୀର୍ଣ୍ଣ ହୋଇଛନ୍ତି ଚତୁର୍ଦ୍ଧା ବିଗ୍ରହ  ।  ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇ ଭଉଣୀଙ୍କ ସହ ଆଡ଼ପମଣ୍ଡପରେ ବିଜେ କରିଛନ୍ତି ।  ସେପଟେ ଆଜିଠୁ ଭକ୍ତଙ୍କୁ ଆଡ଼ପ ଦର୍ଶନର ସୁଯୋଗ ମିଳିବ ।  ଆଜିଠୁ ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା । ଆସନ୍ତା ନବମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ ଏବଂ ଆଡପ ଅବଢ଼ା ବାହାରିବ ।  ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି ।  

Advertisment

ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଉଛନ୍ତି  ଭକ୍ତ । ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ  ବିଳମ୍ବିତ ରାତିରେ ଆଡ଼ପମଣ୍ଡପରୁ ଚାରମାଳ ଫିଟାଯାଇଛି ।   ଅନ୍ୟପଟେ  ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ ।  ପରେ ବନକଲାଗି ନୀତି ଅନୁଷ୍ଠିତ ହେବ ।  ଆସନ୍ତା କାଲି ହେରାପଞ୍ଚମୀ ନୀତି, ୨ ତାରିଖରେ ରଥ ଦକ୍ଷିଣ‌ମୋଡ଼, ୪ ତାରିଖରେ ସଂଧ୍ୟା ଦର୍ଶନ, ୫ ତାରିଖରେ ବାହୁଡ଼ାଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।
--