ନୂଆବର୍ଷରେ ପ୍ରାଶାସନିକ ନବକଳେବର : କାହାକୁ ନେଇ ଅନୁ କରିବେ ନୂଆ ଟିମ୍?

Advertisment

ମହିଳାଙ୍କ ସହ ସରକାର ନାହିଁ ବୋଲି କହି ବିରୋଧୀ ଯେତେବେଳେ, ସରକାରଙ୍କୁ କାଠଗଡାକୁ ଟାଣୁଛନ୍ତି ଠିକ ସେତିକି ବେଳେ ମହିଳା କାର୍ଡ ଖେଳିଛନ୍ତି ସରକାର। ଅନୁ ଗର୍ଗଙ୍କ ହାତରେ ସରକାରଙ୍କ ଭାବମୂର୍ତ୍ତି ସଜାଡିବାର ଦାୟିତ୍ୱ

ମହିଳାଙ୍କ ସହ ସରକାର ନାହିଁ ବୋଲି କହି ବିରୋଧୀ ଯେତେବେଳେ, ସରକାରଙ୍କୁ କାଠଗଡାକୁ ଟାଣୁଛନ୍ତି ଠିକ ସେତିକି ବେଳେ ମହିଳା କାର୍ଡ ଖେଳିଛନ୍ତି ସରକାର। ଅନୁ ଗର୍ଗଙ୍କ ହାତରେ ସରକାରଙ୍କ ଭାବମୂର୍ତ୍ତି ସଜାଡିବାର ଦାୟିତ୍ୱ

anu garg

Photograph: (kanaknews)

କନକବ୍ୟୁରୋ : ମହିଳାଙ୍କ ସହ ସରକାର ନାହିଁ ବୋଲି କହି ବିରୋଧୀ ଯେତେବେଳେ, ସରକାରଙ୍କୁ କାଠଗଡାକୁ ଟାଣୁଛନ୍ତି ଠିକ ସେତିକି ବେଳେ ମହିଳା କାର୍ଡ ଖେଳିଛନ୍ତି ସରକାର। ଅନୁ ଗର୍ଗଙ୍କ ହାତରେ ସରକାରଙ୍କ ଭାବମୂର୍ତ୍ତି ସଜାଡିବାର ଦାୟିତ୍ୱ ।  ୧ ତାରିଖରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ପାଓ୍ୱାର କରିଡରରେ ହେବ ବଡ ଧରଣର ଅଦଳ ବଦଳ ।  

ନୂଆ ଟିମରେ କିଏ ହେବେ ସାମିଲ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା ।  ନୂଆବର୍ଷରେ କ୍ଷମତା କରିଡରରେ ହେବାକୁ ଯାଉଛି ବଡ ଧରଣର ଅଦଳବଦଳ । ଜାନୁୟାରୀ ପହିଲାରେ ଉନ୍ନୟନ କମିଶନର ଅନୁ ଗର୍ଗ ମୁଖ୍ୟ ଶାସନ ଚୌକିରେ ବସିବେ । ହେଲେ  ଲୋକସେବା ଭବନର ଦ୍ବିତୀୟ କ୍ଷମତା କେନ୍ଦ୍ର ବା ଉନ୍ନୟନ କମିଶନର କିଏ ହେବେ ତାକୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା   

ପଦାରେ ପଡିଲା କମେଡିଆନ ଗୁଲୁଆଙ୍କ ଘର କଳି : ମୁହଁ ଖୋଲି ପରକିୟା ପ୍ରୀତି ଅଭିଯୋଗ ଆଣିଲେ ପତ୍ନୀ ବର୍ଷା

୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ ଅଧୀକାରୀ ତଥା ଗୃହ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ରେସ୍‌ରେ ଆଗରେ ଅଛନ୍ତି । ସେହିପରି୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ତଥା ରାଜସ୍ବ ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂହ ନାଁକୁ ନେଇ ପାଓ୍ବାର କରିଡରରେ ମଧ୍ୟ ଚର୍ଚ୍ଚା । କେବଳ ଡିସି ସ୍ତରରେ ନହେଁ ପ୍ରାଶାସନିକ ସ୍ତରରେ ଅନୁ ଗର୍ଗ ତାଙ୍କ ଟିମ ମଧ୍ୟ ବାଛିବେ । ସବୁଠୁ ବଡ କଥା ହେଉଛି ଜଳ ସଂପଦ ବିଭାଗର ଦାୟିତ୍ୱ କାହା ହାତରେ ରହିବ ।  କାରଣ ମହାନଦୀକୁ ନେଇ ସରକରା ଏବେ ଫ୍ରଣ୍ଟଫୁଟରେ ବ୍ୟାଟିଂ କରୁଛନ୍ତି ।

ତେଣୁ ଡିସେମ୍ୱର ଶେଷ କିମ୍ୱା ଜାନୁଆରି ପ୍ରଥମ ସପ୍ତାହରେ କ୍ଷମତା କରିଡରରେ ବଡ଼ ଅଦଳ ବଦଳ ହେବାକୁ ଯାଉଛି ।  ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପାଇଁ ଅନକେ ଚ୍ୟାଲେଂଜ ରହିବ । ଦୁର୍ନୀତିମୁକ୍ତ ଶାସନ,  ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା, ସମୃଦ୍ଧ ଓଡ଼ିଶା ୨୦୩୬ର ଭିଜନକୁ କାର୍ଯ୍ୟକାରୀ କରିବା, ମହିଳା ହିଂସା ରୋକିବା ସହ ମହିଳା ସଶକ୍ତୀକରଣ, ମହାନଦୀ ଜଳ ବିବାଦର ସମାଧାନ ।   ଦାୟିତ୍ୱ ନେବା ପୂର୍ବରୁ ପ୍ରଶାସନିକ ସଂସ୍କାର ସହ ଓସ୍ୱାସକୁ ବ୍ଲକ ସ୍ତରରେ କାର୍ଯ୍ୟକାରୀ କରିବା ସହ ପେପର ଲେସ ଉପରେ ଗୁରୁତ୍ୱ ଦେଇଛନ୍ତି   । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe