କନକବ୍ୟୁରୋ : ମହିଳାଙ୍କ ସହ ସରକାର ନାହିଁ ବୋଲି କହି ବିରୋଧୀ ଯେତେବେଳେ, ସରକାରଙ୍କୁ କାଠଗଡାକୁ ଟାଣୁଛନ୍ତି ଠିକ ସେତିକି ବେଳେ ମହିଳା କାର୍ଡ ଖେଳିଛନ୍ତି ସରକାର। ଅନୁ ଗର୍ଗଙ୍କ ହାତରେ ସରକାରଙ୍କ ଭାବମୂର୍ତ୍ତି ସଜାଡିବାର ଦାୟିତ୍ୱ । ୧ ତାରିଖରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ପାଓ୍ୱାର କରିଡରରେ ହେବ ବଡ ଧରଣର ଅଦଳ ବଦଳ ।
ନୂଆ ଟିମରେ କିଏ ହେବେ ସାମିଲ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଜୋରଦାର ଚର୍ଚ୍ଚା । ନୂଆବର୍ଷରେ କ୍ଷମତା କରିଡରରେ ହେବାକୁ ଯାଉଛି ବଡ ଧରଣର ଅଦଳବଦଳ । ଜାନୁୟାରୀ ପହିଲାରେ ଉନ୍ନୟନ କମିଶନର ଅନୁ ଗର୍ଗ ମୁଖ୍ୟ ଶାସନ ଚୌକିରେ ବସିବେ । ହେଲେ ଲୋକସେବା ଭବନର ଦ୍ବିତୀୟ କ୍ଷମତା କେନ୍ଦ୍ର ବା ଉନ୍ନୟନ କମିଶନର କିଏ ହେବେ ତାକୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା
ପଦାରେ ପଡିଲା କମେଡିଆନ ଗୁଲୁଆଙ୍କ ଘର କଳି : ମୁହଁ ଖୋଲି ପରକିୟା ପ୍ରୀତି ଅଭିଯୋଗ ଆଣିଲେ ପତ୍ନୀ ବର୍ଷା
୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ ଅଧୀକାରୀ ତଥା ଗୃହ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ରେସ୍ରେ ଆଗରେ ଅଛନ୍ତି । ସେହିପରି୧୯୯୩ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ତଥା ରାଜସ୍ବ ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂହ ନାଁକୁ ନେଇ ପାଓ୍ବାର କରିଡରରେ ମଧ୍ୟ ଚର୍ଚ୍ଚା । କେବଳ ଡିସି ସ୍ତରରେ ନହେଁ ପ୍ରାଶାସନିକ ସ୍ତରରେ ଅନୁ ଗର୍ଗ ତାଙ୍କ ଟିମ ମଧ୍ୟ ବାଛିବେ । ସବୁଠୁ ବଡ କଥା ହେଉଛି ଜଳ ସଂପଦ ବିଭାଗର ଦାୟିତ୍ୱ କାହା ହାତରେ ରହିବ । କାରଣ ମହାନଦୀକୁ ନେଇ ସରକରା ଏବେ ଫ୍ରଣ୍ଟଫୁଟରେ ବ୍ୟାଟିଂ କରୁଛନ୍ତି ।
ତେଣୁ ଡିସେମ୍ୱର ଶେଷ କିମ୍ୱା ଜାନୁଆରି ପ୍ରଥମ ସପ୍ତାହରେ କ୍ଷମତା କରିଡରରେ ବଡ଼ ଅଦଳ ବଦଳ ହେବାକୁ ଯାଉଛି । ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପାଇଁ ଅନକେ ଚ୍ୟାଲେଂଜ ରହିବ । ଦୁର୍ନୀତିମୁକ୍ତ ଶାସନ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା, ସମୃଦ୍ଧ ଓଡ଼ିଶା ୨୦୩୬ର ଭିଜନକୁ କାର୍ଯ୍ୟକାରୀ କରିବା, ମହିଳା ହିଂସା ରୋକିବା ସହ ମହିଳା ସଶକ୍ତୀକରଣ, ମହାନଦୀ ଜଳ ବିବାଦର ସମାଧାନ । ଦାୟିତ୍ୱ ନେବା ପୂର୍ବରୁ ପ୍ରଶାସନିକ ସଂସ୍କାର ସହ ଓସ୍ୱାସକୁ ବ୍ଲକ ସ୍ତରରେ କାର୍ଯ୍ୟକାରୀ କରିବା ସହ ପେପର ଲେସ ଉପରେ ଗୁରୁତ୍ୱ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/25/anu-garg-2025-12-25-21-13-28.jpg)