ବାଲି ମାଫିଆଙ୍କୁ ଗୋଡାଇ ଧରିଲା ପୋଲିସ ; ବାରିପଦାରେ ଖଣି ଲୁଟ୍ ରୋକିବାକୁ ପ୍ରଶାସନର ଧରପଗଡ

ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା ପୁଲିସ  । ଲଘୁ ଖଣିଜ ଲୁଟ ରୋକିବାକୁ ବାରିପଦାରେ ପ୍ରଶାସନର ବ୍ୟାପକ ଧରପଗଡ଼ । ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କର ୨ଟି ଏସକର୍ଟ କାର୍ , ଗୋଟିଏ ବାଇକ ଓ ୨ଟି ଟ୍ରାକ୍ଟର ଜବତ । ଜଣେ ଗିରଫ, ୮ ଜଣଙ୍କ ନାଁରେ ମାମଲା ।

Mafia arrest

Mafia arrest Photograph: (KanakNews)

କନକ ବ୍ୟୁରୋ: ଗୋଡାଇ ଗୋଡାଇ ମାଫିଆଙ୍କୁ ଧରିଲା ପୁଲିସ । ରାଜ୍ୟରେ ଲଘୁ ଖଣିଜ ଲୁଟ୍ ରୋକିବାକୁ ବାରିପଦାରେ ପ୍ରଶାସନର ବ୍ୟାପକ ଧରପଗଡ଼ ଚାଲିଛି । ଗୋଡ଼ାଇ ଗୋଡ଼ାଇ ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କୁ ଧରିଲା ପୋଲିସ । ମାଫିଆଙ୍କର ୨ଟି ଏସକର୍ଟ କାର୍ ସମେତ ଗୋଟିଏ ବାଇକ ଓ ୨ଟି ଟ୍ରାକ୍ଟର ଜବତ ହୋଇଛି । ମୋଟ୍ ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଜଣେ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରିପଦା ପୋଲିସ । 

ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ବୁଢ଼ାବଳଙ୍ଗ ନଦୀ ପଠାରୁ ବେଧଡକ ଭାବେ ବେଆଇନ ଚାଲାଣ ଚାଲିଥିଲା । ଏହି ଖବର ପାଇଁ ବେତନଟୀ ମହିଳା ଏସଡିପିଓଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ୨ଟି ସ୍ଥାନରେ ଚଢ଼ଉ କରି ବାଲି ବୋଝେଇ ଟ୍ରାକ୍ଟର ସମେତ ଏସକର୍ଟ କରି ନେଉଥିବା ୨ଟି କାର ଓ ବାଇକକୁ ଜବତ କରିଛି । ଅଲଗା ଅଲଗା ଦୁଇଟି ମାମଲା ୮ ଜଣଙ୍କ ନାଁରେ ରୁଜୁ କରିବା ସହ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe