କନକ ବ୍ୟୁରୋ: ଗୋଡାଇ ଗୋଡାଇ ମାଫିଆଙ୍କୁ ଧରିଲା ପୁଲିସ । ରାଜ୍ୟରେ ଲଘୁ ଖଣିଜ ଲୁଟ୍ ରୋକିବାକୁ ବାରିପଦାରେ ପ୍ରଶାସନର ବ୍ୟାପକ ଧରପଗଡ଼ ଚାଲିଛି । ଗୋଡ଼ାଇ ଗୋଡ଼ାଇ ବାଲି ଚୋରା ଚାଲାଣ କରୁଥିବା ମାଫିଆଙ୍କୁ ଧରିଲା ପୋଲିସ । ମାଫିଆଙ୍କର ୨ଟି ଏସକର୍ଟ କାର୍ ସମେତ ଗୋଟିଏ ବାଇକ ଓ ୨ଟି ଟ୍ରାକ୍ଟର ଜବତ ହୋଇଛି । ମୋଟ୍ ୮ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଜଣେ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରିପଦା ପୋଲିସ । 

Advertisment

ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ବୁଢ଼ାବଳଙ୍ଗ ନଦୀ ପଠାରୁ ବେଧଡକ ଭାବେ ବେଆଇନ ଚାଲାଣ ଚାଲିଥିଲା । ଏହି ଖବର ପାଇଁ ବେତନଟୀ ମହିଳା ଏସଡିପିଓଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ୍ ୨ଟି ସ୍ଥାନରେ ଚଢ଼ଉ କରି ବାଲି ବୋଝେଇ ଟ୍ରାକ୍ଟର ସମେତ ଏସକର୍ଟ କରି ନେଉଥିବା ୨ଟି କାର ଓ ବାଇକକୁ ଜବତ କରିଛି । ଅଲଗା ଅଲଗା ଦୁଇଟି ମାମଲା ୮ ଜଣଙ୍କ ନାଁରେ ରୁଜୁ କରିବା ସହ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।