କନକବ୍ୟୁରୋ: ଅଣ ପଞ୍ଜିକୃତ ହବିଷ୍ୟାଳିକୁ ନେଇ ଚିନ୍ତାରେ ପ୍ରଶାସନ। ଗତକାଲିଠାରୁ ଏମାନଙ୍କୁ ପ୍ରଶାସନ ବ୍ୟବସ୍ଥା କରିନାହଁ । ଯାହାକୁ ନେଇ କେନ୍ଦ୍ରରେ ଏବେବି ବ୍ରତଧାରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ପଞ୍ଜିକରଣ ନକରି ଶିବିରରେ ରହିବା ପାଇଁ ଜିଦ ଧରି ବସିଛନ୍ତି ଅନେକ ବ୍ରତଧାରୀ । ଶୀତ କାକରରେ ରାତି କାଟିଛନ୍ତି ଅଣପଞ୍ଜିକୃତ ହବିଷ୍ୟାଳି ।
ବୃନ୍ଦାବତୀ ନିବାସ ଓ ବଗଲା ଧର୍ମଶାଳା ବାହାରେ ରାତି କାଟିଛନ୍ତି । ଅନଲାଇନ୍ ଆବେଦନ ସତ୍ତ୍ୱେ ମେସେଜ୍ ଆସିନଥିବାରୁ ରଖୁନି ପ୍ରଶାସନ। ରହଣି ଦାବି କରି କାଲିଠୁ ବସିଛନ୍ତି ଶତାଧିକ ଅଣପଞ୍ଜିକୃତ ହବିଷ୍ୟାଳି । ଗତକାଲି ଅତିରିକ୍ତ ଜିଲ୍ଲାପାଳ ବ୍ରତଧାରୀଙ୍କୁ ବୁଝାସୁଝା କରିଥିଲେ। ଅନ୍ୟପଟେ ଯେଉଁମାନେ ପଞ୍ଜିକରଣ କରିଛନ୍ତି ଓ ଇଣ୍ଟିମେସନ ପାଇଛନ୍ତି ସେମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଅଗ୍ରାଧିକାର ଦିଆଯାଉଛି ଏବଂ ତାପରେ ଅନ୍ୟମାନଙ୍କୁ ଶିବିର ଅନ୍ୟଧ୍ୟାନ ପରେ କୁହାଯିବ ବୋଲି କହିଥିଲେ।
ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଆଜିଠୁ ଆରମ୍ଭ ହୋଇଛି ମହା କାର୍ତ୍ତିକ ବ୍ରତ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ କାର୍ତିକ ମାସ ହେଉଛି ପୁଣ୍ୟର ମାସ । ଏଥିପାଇଁ ସବୁ ମାସ ମଧ୍ୟରେ ଶ୍ରେଷ୍ଠ ମାସ ହେଉଥିବାରୁ ଏକମାସ ଧରି ହବିଷ୍ୟାଳିମାନେ ପାଳନ କରନ୍ତି ପବିତ୍ର ମହାକାର୍ତିକ ବ୍ରତ । ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣ୍ୟ ହୋଇପଡିଛି ।
ତେବେ ହବିଷ୍ୟାଳିମାନେ ନିଜ ପରିବାର ପରିଜନଙ୍କୁ ଛା଼ଡି ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି । ଏଠି ରହି ମାସସାରା ମହାପ୍ରଭୂଙ୍କୁ ଦର୍ଶନ କରି ହବିଷ୍ୟ ବ୍ରତ କଲେ ମହାପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
Follow Us