କନକ ବ୍ୟୁରୋ : ଘୁର୍ଣ୍ଣିବଳୟ ପ୍ରଭାବକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୃଷ୍ଟ ଲଘୁଚାପ ପ୍ରଭାବରେ ଗତକାଲି ସନ୍ଧ୍ୟାରୁ ଜିଲ୍ଲାର ଭିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଆଜି ମଧ୍ୟ ପାଗ ସମ୍ପୂର୍ଣ୍ଣ ମେଘୁଆ ରହିଥିବା ବେଳେ ତୁହକୁ ତୁହା ବର୍ଷା ହେବାରେ ଲାଗିଛି । ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ଅଙ୍ଗନବାଡି କେନ୍ଦ୍ର, ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ସମ୍ବେଦନଶିଳ ତହସିଲ, ବ୍ଲକ ଏବଂ ଗ୍ରାମପଂଚାୟତ ଯଥା ବଡ଼ସାହି, ବେତନଟୀ, ଖୁଣ୍ଟା,ଗୋପବନ୍ଧୁ ନଗର ଓ କପ୍ତିପଦା ଅଂଚଳର ବିଭିନ୍ନ ସ୍ଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସେହିପରି ଶିମିଳିପାଳ ନିକଟସ୍ଥ ଅଂଚଳରେ ମଧ୍ୟ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଧ୍ୟାନ ଦେବାକୁ କହିଛନ୍ତି । ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟପାଇଁ ଅଗ୍ନିଶମ କେନ୍ଦ୍ର ଓ ଓଡ୍ରାଫ୍ଟ ଟିମ୍ କୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ସମସ୍ତ ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।