ସୁନ୍ଦରଗଡ଼ରେ ଖଣି ଚୋରି ମାମଲାରେ ଆକ୍ସନ ମୋଡ଼ରେ ପ୍ରଶାସନ : ଭାଟିରେ ପହଂଚିଲେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ

Advertisment

ସୁନ୍ଦରଗଡ଼ ଚୋରା କୋଇଲା ଚୋରି ଘଟଣାରେ ଆକ୍ସନମୁଡରେ ପ୍ରଶାସନ।  ଜଙ୍ଗଲ ଭିତରେ ଚୋରା କୋଇଲାରେ ଚାଲିଥିବା ଇଟା ଭାଟିକୁ ଭାଙ୍ଗି ଚୁରମାର କଲେ ଉପଜିଲ୍ଲାପାଳ

Updated On

ସୁନ୍ଦରଗଡ଼ ଚୋରା କୋଇଲା ଚୋରି ଘଟଣାରେ ଆକ୍ସନମୁଡରେ ପ୍ରଶାସନ।  ଜଙ୍ଗଲ ଭିତରେ ଚୋରା କୋଇଲାରେ ଚାଲିଥିବା ଇଟା ଭାଟିକୁ ଭାଙ୍ଗି ଚୁରମାର କଲେ ଉପଜିଲ୍ଲାପାଳ

ଅଦ୍ୟତନ ହୋଇଛି
coal issue

Photograph: (kanaknews)

କନକବ୍ୟୁରୋ : ସୁନ୍ଦରଗଡ଼ ଚୋରା କୋଇଲା ଚୋରି ଘଟଣାରେ ଆକ୍ସନମୁଡରେ ପ୍ରଶାସନ।  ଜଙ୍ଗଲ ଭିତରେ ଚୋରା କୋଇଲାରେ ଚାଲିଥିବା ଇଟା ଭାଟିକୁ ଭାଙ୍ଗି ଚୁରମାର କଲେ ଉପଜିଲ୍ଲାପାଳ । ଭୋଗ୍ରାକଚ୍ଛା ଜଙ୍ଗଲରେ ଜିଲ୍ଲା ପ୍ରଶାସନର ଟିମ ବଡ ଇଟା ଭାଟି ମିଳିଥିବା ସୂଚନା ରହିଛି  । ଶହଶହ ଟନ ଚୋରା କୋଇଲାକୁ ଏହି ଇଟା ଭାଟିରେ ଲଗାଯାଇଥିଲା ।

ବିନା ଅନୁମତିରେ ରିର୍ଜଭ ଫରେଷ୍ଟ ଭିତରେ ଚାଲିଥିଲା ଲକ୍ଷଲକ୍ଷ ଟଙ୍କାର ଇଟାଭାଟି  । ଆଉ ନୋଟିସ କି ସମନ ନାହିଁ ଫଏସଲା ଅନ ଦ ସ୍ପଟ କଲେ ଉପଜିଲ୍ଲାପାଳ ଦାଶରଥୀ ସରାବୁ  । ନିଜେ ଇଟା ଭାଟିକୁ ଭାଙ୍ଗିବା ଆରମ୍ଭ କରିଥିବା ବେଳେ ଶେଷରେ  ଜେସିବି ଆଣି ସଂପୂର୍ଣ୍ଣ ଇଟାଭଟାକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି ।

ଅନ୍ୟପଟେ ଆଜି ଏମସିଏଲର ବସୁନ୍ଧରା କାର୍ଯ୍ୟାଳୟରେ ପହଚିଂଛନ୍ତି  ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ରାଜ୍ୟ ଖଣି ବିଭାଗର ଏହି ସ୍ୱତନ୍ତ ଟିମ ଏମସିଏଲ କାର୍ଯ୍ୟାଳୟରେ ପହଚିଂ ଏମସିଏଲକୁ ଆବଣ୍ଟିତ ହୋଇଥିବା ଜମିରେ କିଭଳି ଚୋରା କାରବାର ଚାଲିଥିଲା ତାହା ଉପରେ ପ୍ରଶ୍ନ କରିବା ସହ ଏମସିଏଲ ଅଫିସରେ ବିଭିନ୍ନ ଦସ୍ତାବିଜର ଯାଞ୍ଚ କରୁଛନ୍ତି  ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe